ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଶିକରମାହା ଠାରେ ରବିବାର ଦିନ ଏକ ଦିବସୀୟ ଶିଶୁ ଅଧିକାର ଆଇନ ସମ୍ପର୍କିତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନବିକାଶର ନିର୍ଦ୍ଦେଶକ ମଦନ ସ୍ୱାଲ ସିଂଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ଆଇନ ସମ୍ପର୍କରେ ସଚେତନତା କରିବା ସହ ବାଲ୍ୟବିବାହ, ଶିଶୁ ନିର୍ଯ୍ୟାତନା, ଶିଶୁ ଶ୍ରମିକ ଏବଂ ଉତ୍ତମ ଶିକ୍ଷା ଗ୍ରହଣ ପାଇଁ ସଚେତନତା ଜାଗ୍ରତ କରାଯାଇ ଥିଲା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ର ଛାତ୍ରୀମାନେ ଘରର ପରିସ୍ଥିତିକୁ ଦେଖି ଟଙ୍କା ପଇସାର ଅଭାବ ହେତୁ ଅତି କମ୍ ବୟସରୁ ପାଠପଢା ଛାଡ଼ି ରୋଜଗାର କରିବା ଆଶାରେ ବାହାରକୁ ଯାଇ କାମଧନ୍ଦା କରନ୍ତି । କିନ୍ତୁ ସରକାରଙ୍କ ସୁବିଧା ସୁଯୋଗ କଣ ରହିଛି ସେ ବିଷୟ ବୁଝି ପାରନ୍ତି ନାହିଁ । ଶିଶୁ ପ୍ରତି ନିର୍ଯ୍ୟାତନା ଅଭିଯୋଗ ହେଲେ ଏବଂ ବାଲ୍ୟ ବିବାହ କଲେ କଣ ସବୁ ଆଇନ ଗତ ଦଣ୍ଡ ବିଧାନ ରହିଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନା କରାଯାଇ ଥିଲା । ଅନୁଷ୍ଠାନର ସଂଯୋଜକ ଦିବ୍ୟସିଂହ ସଭା ସୁନ୍ଦର, ଫା. ମନୋଜ ବାଗ ସିଂ ଓ ସେବାଭଗ୍ନି ଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।