ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜେଇ ଚାଲାଣ ଅଭିଯୋଗରେ ଶନିବାର ଭଞ୍ଜନଗର ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିପଦରର ନଟବର ସାହୁ ଓ ଭଞ୍ଜନଗର ଥାନା ବଡ଼କୋଦଣ୍ଡା ଛକ ଅଞ୍ଚଳର ରାଜେନ୍ଦ୍ର ପାଢ଼ୀ । ସେମାନଙ୍କଠାରୁ ୧୩ କେଜି ୪୭୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥି ସହିତ ଗୋଟିଏ ବାଇକ୍, ୨୮୨୦ ଟଙ୍କା ସମେତ ୨ଟି ମୋବାଇଲ ଫୋନ୍ ଜବତ ହୋଇଛି । ଏନେଇ କେସନଂ ୧୦୨୧/୨୫ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ଗୋଛାପଡ଼ାରୁ ଭଞ୍ଜନଗର ଅଭିମୁଖେ ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ।