ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଆଜି ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟ ପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥ ପୁର ଗ୍ରାମର ଚନନ୍ଦ ବିଷୋୟୀ । ସେ କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ । ଗତକାଲି ଗୋଠ ଗାଁରେ ଗଣେଶ ଭସାଣି ଥିବା ବେଳେ ବିଳମ୍ବିତ ରାତିରେ ଚନନ୍ଦ କିଛି ଯୁବକ ସହ ଗୋଠ ଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ । ପରେ ସରପଞ୍ଚ ଗୋଷ୍ଠି ଓ ମୃତକ ଚନନ୍ଦନଙ୍କ ଗୋଷ୍ଠୀ ମଧ୍ୟରେ ସେଠାରେ ବଚସା ପରେ ଘଟଣା ଉଗ୍ର ହୋଇଥିଲା । ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଡ଼ା ବଡି ହୋଇଥିଲା । ଘଟଣା ସ୍ଥଳରେ ଛୁରୀ, ପଞ୍ଚା ଓ ଅନନ୍ୟ ହତିଆର ପଡି ରହିଛି । ଚନନ୍ଦନଙ୍କୁ ଛୁରା ଭୁଜାଲି ଓ ଲୁହା ରଡ଼ରେ ପିଠି ହତ୍ୟା କରାଯାଇଛି । ପୁଲିସ ଚନନ୍ଦନଙ୍କ ମୃତ ଦେହକୁ ଜବତ କରି ହିଂଜିଳି ମେଡିକାଲରେ ରଖିଥିବା ବେଳେ ଅଧିକ ତଦନ୍ତ କରୁଛି।