ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଗୁରୁପୂଜନ ଉତ୍ସବ ପାଳିତ…..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଗୁରୁଦିବସ ଅବସରରେ କଳାମନ୍ଦିର ପରିସରରେ ଶୁକ୍ରବାର  ଗୁରୁପୂଜନ ଉତ୍ସବ ପାଳିତ ହୋଇଯାଇଛି । କଳା ମନ୍ଦିର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଗାନ୍ଧର୍ବ କଳା ନିକେତନ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ସଙ୍ଗୀତ ଗୁରୁ ଗଣେଷ ପଟ୍ଟନାୟକ  ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଣୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ଉପସଭାପତି ପର୍ଶୁରାମ ସାହୁ, ସମ୍ପାଦକ ଲିଙ୍ଗରାଜ ସେନାପତି, ସହ ସମ୍ପାଦକ ତରଣୀ କୁମାର ସାହୁ, ସଙ୍ଗୀତ ଗୁରୁ ସତ୍ୟ ନାରାୟଣ ସାହୁ, ଦିଲ୍ଲିପ କୁମାର ବୈଠାରୁ, ସାମ୍ବାଦିକ ଦ୍ୱିତୀକୃଷ୍ଣ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚାସିନ ଅତିଥି ବୃନ୍ଦ ଗୁରୁଦିବସ ପାଳନ ସର୍ମ୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ଗାନ୍ଧର୍ବ କଳା ନିକେତନ ଗୁରୁ ଶ୍ରୀ ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୈକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠାନର କୁନି କଳାକାରମାନଙ୍କ ଦ୍ୱାରା ଗୁରୁ ମାନସ ରଥ, ସତ୍ୟ ନାରାୟଣ ସାହୁ, ଲିଙ୍ଗରାଜ ସେନାପତି, ଦିଲ୍ଲିପ କୁମାର ସାହୁ, ରଜନୀକାନ୍ତ ସାହୁ, ରମାକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନୁଷ୍ଠାନର ୧୦୦ରୁ ଉର୍ଦ୍ଧ  କୁନି କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ, କଣ୍ଠ ସଙ୍ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗୁରୁ ନିରଞ୍ଜନ ସାହୁ ପରିଚାଳନା କରିଥିଲେ ।  ପରିଶେଷରେ ସମ୍ପାଦକ ଶ୍ରୀ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।