ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବିଭିନ୍ନ କିସମର ଫଳ ବୃକ୍ଷ, ପୁଷ୍ପ ବୃକ୍ଷ ଓ ଔଷଧୀୟ ଚାରା ପ୍ରସ୍ତୁତ କରି ଅଞ୍ଚଳର ଆଠ ଗୋଟି ପଞ୍ଚାୟତକୁ ଚାରା ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ଚାରା ବିତରଣ ରଥର ଶୁଭାରମ୍ଭ ହୋଇଛି । ଶନିବାର ଦିନ ସ୍ଥାନୀୟ ଚାରା ଉତ୍ପାଦନ କେନ୍ଦ୍ରରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉଦଘାଟନୀ ସମାରୋହର ଆୟୋଜନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ଯୋଗ ଦେଇ ରଥ ସମ୍ମୁଖରେ ସବୁଜ ପତାକା ଦେଖାଇ ଭ୍ରାମ୍ୟମାଣ ଚାରା ବିତରଣ ରଥର ଶୁଭାରମ୍ଭ କରିଥିଲେ ।
ତାଙ୍କର ଏହି ଗସ୍ତ ସମୟରେ ତାଙ୍କ ସହ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ଵନାଥ ନିଳନବର, ବାଲିଗୁଡ଼ାବବନ ବିଭାଗୀୟ ଅଧିକାରୀ ଘନଶ୍ୟାମ ମହନ୍ତ ସାମିଲ ହୋଇଥିଲେ । ପ୍ରକାଶ ଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ଵାନ କ୍ରମେ “ଏକ ପେଡ୍ ମା କେ ନାମ “କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ନିଜ ମାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ବା ସହ ଧରିତ୍ରୀ ମାର ସୁରକ୍ଷା ପାଇଁ ସୁନିଶ୍ଚିତ ଗଛଟିଏ ଲଗାଇବା କାର୍ଯ୍ୟକ୍ରମ ଆଗମୀ ୧୭ତାରିଖରୁ ଆରମ୍ଭ ହୋଇ ରାଜ୍ୟ ବ୍ୟାପୀ ୭୫ଲକ୍ଷ ଚାରା ରୋପଣର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଣୁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ଯେପରି ୫୦୦ଲେଖାଏଁ ଚାରା ପହଞ୍ଚି ପାରିବ ସେ ନେଇ ପ୍ରସ୍ତୁତ ଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ରାହ୍ମଣୀଗାଁ ବନପାଳ ଯୋଗେଶ୍ଵର ଧାରୁଆ, ବନରକ୍ଷୀ ମାର୍କ ମଲ୍ଲିକ, ଶ୍ରୀରାମ ପଣ୍ଡା, ଆଶିଷ ପ୍ରଧାନ ସନ୍ତୋଷ ପଟ୍ଟନାୟକ, ଇନ୍ଦ୍ରମଣି ଦିଗାଲ ପ୍ରମୁଖ ସହଯୋଗ କରିଥିଲେ ।