ଦାରିଙ୍ଗବାଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ୱର୍ଦ୍ଧନା…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସେପ୍ଟେମ୍ବର ୫ ଗୁରୁଦିବସକୁ ସ୍ଵତନ୍ତ୍ର ଭାବେ ପାଳନ କରଯାଇଛି । ଏହି ବ୍ଲକ ଅଞ୍ଚଳର ୨୫ ଗୋଟି ପଞ୍ଚାୟତରେ ଥିବା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆଜିର ଏହି ପବିତ୍ର ଗରୁ ଦିବସରେ ସମ୍ମାନିତ କରାଯାଇଛି । ଏହି ଅବସରରେ  ସ୍ଥାନୀୟ ରାଣୀ ଦୁର୍ଗା ରେସିଡେନସି କଲ୍ୟାଣୀ ମଣ୍ଡପ ଠାରେ ସଂଘର ସଭପତି ଯାମିନୀ କାନ୍ତ ପଡ୍ରାଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ ଓ ମୁଖ୍ୟ ବକ୍ତା ଭାବେ  ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ(ଏୟୁପିଟିଏଫ)ର ପୁର୍ବତନ ମହାସଚିବ ଶେଖ୍ ଅବଦୁଲ ଖାଲିକ୍ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ , ୨ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ  ଗୋକୁଳ ଚନ୍ଦ୍ର ନାୟକ ଓ ବନମାଳୀ ମାଝୀ, ରାଜ୍ୟ ଆଞ୍ଚଳିକ ସମ୍ପାଦକ ବିଧୁ ଭୂଷଣ ନାୟକ, ଜିଲ୍ଲା ସହ ସମ୍ପାଦକ କୌଶିକ ନାୟକ ପ୍ରମୁଖ ମଞ୍ଚାସିନ କରିଥିଲେ । ସିର୍କାବର୍ଗ କ୍ଲଷ୍ଟର ସିଆର ସି ସି ସନିଆ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ମଞ୍ଚକୁ ସ୍ଵାଗତ କରିବା ସହ ମଞ୍ଚ  ସଂଯୋଜନା କରିଥିଲେ । ରାପଡ଼ାବାଡ଼ି ନୋଡାଲ ସ୍କୁଲର ଛାତ୍ରୀମାନେ  ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିବା ବେଳେ ବିଶିଷ୍ଟ କଳାକାର ସାରଦା ଚରଣ ବଳିଆର ସିଂ ମ୍ୟୁଜିକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେରେ ଅତିଥିମାନଙ୍କ ଦ୍ଵାରା ପ୍ରଥମେ ଡ଼ ସର୍ବପଲ୍ଲୀ ରାଧା କ୍ରୀଷ୍ଣାନଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରାଯାଇ ଥିଲା l ପରେ ପବିତ୍ର ଗୁରୁ ଦିବସ ପାଳନର ମାହାତ୍ମ୍ୟ ଗୁରୁ ଶିଷ୍ୟଙ୍କ ପରମ୍ପରାକୁ ସ୍ମରଣ କରି ଡ଼ ସର୍ବପଲ୍ଲୀ ରାଧା କ୍ରୀଷ୍ଣାନଙ୍କ ନିତି ଆଦର୍ଶ ଅନୁପ୍ରାଣିତ ହୋଇ ଆଗମୀ ଶିକ୍ଷକତା ଜୀବନ ଅତିବାହିତ କରିବାକୁ ବକ୍ତା ମାନେ ତାଙ୍କର ଅଭାଭାଷଣ ରଖିଥିଲେ । ଏହାସହ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ବିଦ୍ୟାଳୟର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ୨୦୨୪ ଓ ୨୦୨୫ ମସିହାରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପ ଗୁଚ୍ଛ, ମାନ ପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ସେମାନଙ୍କ ମଧ୍ୟରେ ରମାକାନ୍ତ ସିଂ, ସୁଶୀଳ ନାୟକ, ରବିନ୍ଦ୍ରନାଥ ଗୌଡ, ରାମଚନ୍ଦ୍ର ଜେନା, ରାମ କୃଷ୍ଣ ସାହୁ, କାହ୍ନୁ ଚରଣ ସିଂ, ପ୍ରଦୀପ କୁମାର ସିଂ, ନୀଳାଞ୍ଚଳ ପଟ୍ଟନାୟକ, ହରିହର ପ୍ରଧାନ ବିପିନ ବିହାରୀ ସିଂ, ରଘୁରାଜ ସିଂହ ପାତ୍ର, ବ୍ରଜସୁନ୍ଦର ବେହେରଦଲାଇ, କେଣ୍ଟି ପ୍ରଧାନ, ସୁଚେତା ନାୟକ, ପ୍ରେମାନନ୍ଦ ସୁନାମାଝି ଏବଂ ଜୟପ୍ରକାଶ ଦିଗାଲ ପ୍ରମୂଖ ଉପସ୍ଥିତ ଥିଲେ । ବିଭିନ୍ନ ଘାତ ପ୍ରତିଘାତ ସହ୍ୟ କରି ଶିକ୍ଷକତା ଜୀବନ ଅତିବାହିତ କରିବା ସହ ସରକାରୀ ନିୟମାନୁଯାୟୀ କାଳ ସଂପୂର୍ଣ୍ଣ ହେବା ଓ ଅବସର ଗ୍ରହଣ କରିବା ପରେ ସେମାନଙ୍କ ବାକି ଜୀବନ କିପରି ସୁଖ ଶାନ୍ତିରେ ଦିର୍ଘାୟୁ ରହି ମାର୍ଗ ଦର୍ଶକ ହୋଇ ପାରିବ ସେଥିପାଇଁ ସମସ୍ତ ଶିକ୍ଷକ ସମାଜ ମଙ୍ଗଳ କାମନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକ, ମୋହନ ସାହୁ, ନବୀନ ସାହୁ, ରମାକାନ୍ତ ଦିଗାଲଙ୍କ ସମେତ ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ  ବ୍ଳକ୍ ଅଞ୍ଚଳର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ l ଶିକ୍ଷକ ମୁକୁନ୍ଦ ବଳିଆର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।