ପବିତ୍ର ଗୁରୁ ଦିବସରେ ଓଏଭି ଆଦର୍ଶ ସ୍କୁଲରେ ବୃକ୍ଷ ରୋପଣ….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା):  ଗଜପତି ଜିଲ୍ଲା  କାଶୀନଗର ବ୍ଲକ ଅଳଡ଼ା ପଞ୍ଚାୟତ ଅଳଡ଼ା ଆଦର୍ଶ ସ୍କୁଲରେ ଆଜି ପବିତ୍ର ଗୁରୁଦିବସ ପାଳନ ସହ ଗଛ ରପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଅନୁପ ସାହା ପଣ୍ଡା, ତହସିଲଦାର  ସୁଧୀର କୁମାର ନନ୍ଦ, ଏବିଓ ନର୍ମଦା ଦାସ, ବନବିଭାଗ ଅଧିକାରୀ ପ୍ରଦୀପ କୁମାର ରଥ, ଓ ଆଦର୍ଶ ସ୍କୁଲର ପ୍ରିନସିପାଲ ସୁନିତା ପଟନାୟିକ ଏବଂ ଅନେକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଗଣ ଯୋଗଦେଇଥିଲେ l ଏହା ସହ ଭେକେଣ୍ଟ ରାବନା, ଉଦୟ ଲିମ୍ମା, ସୂର୍ଯ୍ୟ ନାରାୟଣ ପାତ୍ର, ନବକିଶୋର ଚୌଧୁରୀ, ଅବସର ପ୍ରିନସିପାଲ ନବକୃଷ୍ଣ ସାହୁକାର ମଧ୍ୟ ଯୋଗ ଦେଇଥିଲେ l ଏହି ପବିତ୍ର ଗୁରୁଦିବସରେ ଆଦର୍ଶ ସ୍କୁଲ ତରଫରୁ ପ୍ରତେକ ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା l ଉପଜିଲ୍ଲାପାଳ ଗଛ ରୋପଣ କରିଥିଲେ ଓ   ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଡ଼ି ଆଗକୁ ବଡ଼ିବାର ପରାମର୍ଶ ଦେଇଥିଲେ ଏବଂ ତହସିଲଦାର ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଭଲପାଠ ବାପା ମାର ସପ୍ନ ପୂରଣ କରିବା ସହ ନିଜ ଭବିଷ୍ୟତ ଉଜ୍ଜଳ କରି ନିଜ ରାଜ୍ୟର ନିଜ ଦେଶର ଗୌରବ ଆଣିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରିନସିପାଲ ସୁନିତା ପଟ୍ଟନାୟକ ଅଭିଭାବକମାନଙ୍କୁ ଛୁଟି ସମୟରେ ଛାତ୍ରଛାତ୍ରୀମାନଙ୍କୁ  ଘରେ ମନ ଦେଇ ପାଠ ପଡ଼ିବା ପାଇଁ କହିଲେ  ଏବଂ ମୋବାଇଲରୁ ପିଲାମାନଙ୍କୁ ଦୁରେଇ ରଖିବା ପାଇଁ ଅନୁରୋଧ କରିଥିଲେ l