ରାୟଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହେନ୍ଦ୍ର ବନାଞ୍ଚଳ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଆଜି ମହେନ୍ଦ୍ର ବନାଞ୍ଚଳ ତରଫରୁ ପ୍ରତ୍ୟେକ ପଂଚାୟତ ପାଇଁ 500 ଚାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଅଛି l ପୃଥିବୀର  ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ 75 ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ଗୋଟିଏ ଦିନରେ “ମା ପାଇଁ ଗଛ ଟିଏ 2.0 ” ଉଦ୍ଧଶ୍ୟରେ 75 ଲକ୍ଷ ଚାରା ଲାଗେଇବାର ଏକ ଐତିହାସିକ ପଦକ୍ଷେପ ସରକାରଙ୍କ ତରଫରୁ ନିଆଯାଇଛି l ମହେନ୍ଦ୍ର ବନାଞ୍ଚଳର ଏହି କାର୍ଯ୍ୟକ୍ରମକୁ ବନାଞ୍ଚଳ ଅଧିକାରୀ ଅମିତ୍ ସୁଭ୍ରଜିତ୍ ଓ ଗଣ୍ଡାହାତୀ ସମିତିସଭ୍ୟ ଉତ୍ସବ ଶବର ସବୁଜପତାକା ଦେଖେଇ ଶୁଭାରମ୍ଭ କରିଥିବା ବେଳେ ବନପାଳ ଦିବାକର ଲେଙ୍କା, ବନରକ୍ଷୀ କାଳୀ ପ୍ରସାଦ ଶବର, ଲକ୍ଷ୍ମୀ ପାଇକ, ଗଜେନ୍ଦ୍ର ଚୌଧୁରୀ, ଏସଏଚଜି ସଦସ୍ୟ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l