ଗଞ୍ଜେଇ ଜବତ, ଦୁଇ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ବେଆଇନ ଭାବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଭଞ୍ଜନଗର ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଶନିବାର ଏସ୍ଆଇ ଜ୍ୟୋସ୍ନା ମୟୀ ସାହୁ ସଦଳ ବଳେ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଡହ ଡ୍ୟାମ୍ ନିକଟରେ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଗୋଟିଏ ପୁରୁଣା ମୋଟର ସାଇକେଲ ଚିହ୍ନଟ କରିଥିଲେ । ସନ୍ଦେହ ହେବାରୁ ସେମାନଙ୍କ ତଲାସି କରିବା ସମୟରେ ଏକ ଜରି ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡିଥିଲା । ମାଜିଷ୍ଟ୍ରେଟ୍ ଅବିନାଶ ମାହାରଙ୍କ ଉପସ୍ଥିତିରେ ୨୬କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ମୋଟର ସାଇକେଲ ଜବତ କରାଯାଇଥିଲା । ଦୁଇ ଅଭିଯୁକ୍ତଙ୍କ ନିଜ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ସେମାନେ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ରହୁଛନ୍ତି । ଏନେଇ କେସନଂ ୧୦୦୫/୨୫ ରେ ମାମଲା ରୁଜ୍ଜୁ କରାଯାଇ ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।