ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଛାତ୍ରୀଙ୍କ କୃତିତ୍ୱ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ଫୁଲବାଣୀ ସରସ୍ଵତୀ ଶିଶୁ ମନ୍ଦିରରେ ଆୟୋଜିତ ଦକ୍ଷିଣ ପୂର୍ବ ସଂଭାଗ ବିଜ୍ଞାନ ମେଳାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଧରାକୋଟ ବ୍ଲକର ମୁଣ୍ଡମରାଇ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ ସ୍ୱପ୍ନିକା ପ୍ରିୟଦର୍ଶିନୀ ଅଂଶ ଗ୍ରହଣ କରି ଜୀବାଶ୍ମ ଇନ୍ଧନ ଉପରେ ଆଧାରିତ ନମୁନା ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ଏହା ସହ ଆସନ୍ତା ସେପ୍ଟେମ୍ବର ମାସ ଛଅ ତାରିଖ ଦିନ ହେବାକୁଥିବା ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରକାଶ ଥାଉକି ସ୍ଵପ୍ନିକାଙ୍କ ବାପା ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସକ ଭାବରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମାତା ସୁଭଶ୍ରୀ ବିଷୋୟୀ ଜଣେ ସୁଗୃହିଣୀ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ଶିଶୁ ମନ୍ଦିରର ଛାତ୍ର, ଛାତ୍ରୀ, ଅଭିଭାବକ, ଗୁରୁଜୀ, ଗୁରୁମା, ପରିଚାଳନା କମିଟି ଏବଂ  ଅନ୍ୟାନ୍ୟ ସ୍ତରରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।