ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁରୁ ବିଲୁଆକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁରୁ ବିଲୁଆକୁ ଉଦ୍ଧାର ହୋଇଥିବା ସୂଚନା ରହିଛି । ସୂଚନା ପ୍ରକାରେ ଉକ୍ତ ପରିତ୍ୟକ୍ତ କୁଅରେ ବିଲୁଆଟି କୌଣସି ପ୍ରକାରେ ଗଳି ପଡ଼ିଥିଲା । କିଛି ଯୁବକ ଏହା ଦେଖି ରାୟଗଡ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିବା ବେଳେ ରାୟଗଡ ଅଗ୍ନିଶମ ବିଭାଗର ଯବାନମାନେ ବହୁ ପରିଶ୍ରମ ପରେ ବିଲୁଆକୁ କୁଆଁରୁ ଉଦ୍ଧାର କରିଥିଲେ । ପରେ ନିକଟ ଏକ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ପ୍ରଦାନ କରିଛନ୍ତି ।