ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ବୁରୂଜାଙ୍ଗ ହରିଜନ ସାହିରେ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପୁର୍ବ ପୁରୁଷ ତଥା ପରମ୍ପରାରୁ ଏହି ଗ୍ରାମରେ ବଡ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଉଛି l ଆଜି ବି ଉକ୍ତ ଅଞ୍ଚଳର ଯୁବକମାନେ ଗଣେଶ ପୂଜାର ଆୟୋଜନ କରିଛନ୍ତି । ଏହି ଅବସରରେ ସମସ୍ତ ନିତିକାନ୍ତି ଅନୁଯାଇ ଗଜାନନଙ୍କ ପୁଜା ହୋମ ଆଦି କରାଯାଇ ଥିବା ବେଳେ ସାହିକୁ ତୋରଣ ଓ ଲିଚୁ ବଲପ ମାଳରେ ସାଜସଜା କରାଯାଇଛି । ପ୍ରଭାତ ମିଶାଲ, ରମେଶ ଲିମା, ବିଭୁ ପରିଛା, ଗାବ୍ରି ପରିଛା, ଜିଯିକଲ ଜେନା, ପ୍ରତାପ ମିଶାଲ ମିଥୁନ ପରିଛା, ହରିଶ୍ଚନ୍ଦ୍ର ପରିଛାଙ୍କ ଅନ୍ୟ ସଦସ୍ୟମାନେ ଏହି ପୁଜା କାର୍ଯ୍ୟର ପରିଚାଳନା କରିଥିଲେ । ଏହି ପୂଜାରେ ରାୟଗଡ଼ ବ୍ଲକ୍ ବିଜେପି ମଣ୍ଡଳ ସଭାପତି ସୁଶାନ୍ତ ପ୍ରଧାନି, ରାୟଗଡ଼ ବ୍ଲକ୍ ବିଜେପିର ବରିଷ୍ଟ ନେତା ଶ୍ରୀନିବାସ ପାଇକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।