ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତ ଦେବଦଳା ଗ୍ରାମରେ ଲଗାଣ ବର୍ଷାରେ ବ୍ରିଜ ପାଖରେ ଥିବା ଏକ ଗଛ ବର୍ଷା ପବନରେ ରାସ୍ତା ମଝିରେ ପଡିଯିବା ଯୋଗୁଁ ଗ୍ରାମବାସୀଙ୍କୁ ଅନେକ ପ୍ରକାର ସମସ୍ୟାର ସମୁଖୀନ ହେବାକୁ ପଡ଼ିଥିଲା l କାରଣ ସେହି ବର୍ଷା ସମୟରେ ବିଜୁଳି ମାରୁଥିବାରୁ ଲୋକମାନେ ହନ୍ତସନ୍ତ ହୋଇ ନିଜ ନୁଜ ଘରକୁ ଯିବାକୁ ଚେଷ୍ଟା କରିଥିଲେ l କିନ୍ତୁ ରାସ୍ତା ମଝିରେ ଗଛଟୀ ପଡ଼ିଥିବାରୁ ଯିବା ଆସିବାରେ ବାଧାସୃଷ୍ଟି ହେଇଥିଲା l ତୁରନ୍ତ କେତେକ ଯୁବକ ପଞ୍ଚାୟତ ସରପଞ୍ଚ କେ.ତେଜାକୁ ସୂଚନା ଦେଇଥିଲେ l ଗ୍ରାମର କେତେକ ଯୁବକ ଆସି ରାସ୍ତାରୁ ସେହି ଗଛକୁ ସଫା କରିଥିଲେ l ଗଛକୁ କାଟି ରାସ୍ତା କଡ଼ରେ ରଖିବା ସହ ଯିବା ଆସିବା ସୁବିଧା କରିଥିଲେ l ଏହି ଯୁବକମାନେ ହେଲେ ବିଜୟୀ ଲିମା, ହେମନ୍ତ ମିଶାଲ, ପ୍ରଣୟ ମିଶାଲ, ଭୀମ ମାଛ, ମୁକୁନ୍ଦ, ଦିଲୀପ, ରାହୁଲ, ଅଶୋକ, ରିଙ୍କୁ ହୋଇଥିବା ଅଂଚଳ ବାସୀ କହିଛନ୍ତି l