ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ…

ପାରଳାଖେମୁଣ୍ଡି (ପ୍ରବୀଣ ଲିମା ): ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଅଡବା ଥାନା ବିରିକୋଟ ପୁରୁଣାଗାଁର ପ୍ରତାପ ମାଝୀ l ଗତକାଲି ବିଳମ୍ବିତ ରାତିରେ ପ୍ରତାପ ନିଜ ପରିବାର ସହ ଘରେ ଶୋଇଥିଲେ l ଏହି ସମୟରେ ଏକ ପାହାଡିଆ ବିରଳ ପ୍ରଜାତିର ବିଷାକ୍ତ ସାପ ପ୍ରାତାପଙ୍କ ଡାହାଣ ହାତରେ କାମୁଡିଥିଲା l ପରେ ପରିବାର ଲୋକ ବିଷାକ୍ତ ସାପକୁ ମାରିବା ସହ ପ୍ରତାପଙ୍କ ଚେରମୁଳି ଉପଚାର କରାଇଥିଲେ l ଉପଚାରର କୌଣସି ସୁଧାର ନ ଆସିବାରୁ ପ୍ରଥମେ ବିରିକୋଟ ପରେ ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ତେବେ ଡାକ୍ତର ମୃତ ଘୋଷଣା କରିଛନ୍ତି  l ଖବର ପାଇ ମୋହନା ଓ ଅଡବା ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି l ବିଷାକ୍ତ ସାପ ଟି କମନ କ୍ରେଟ ବୋଲି କୁହାଯାଉଛି l ଯାହାକି ଅତି ବିଷାକ୍ତ ସାପ ମଧ୍ୟରୁ ଗୋଟିଏ ପ୍ରଜାତିର ବୋଲି ଜଣାପଡିଛି l