ଘର ଛାତ ଉପରୁ ୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗ୍ରାମରୁ ଆଜି ଏକ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ଗ୍ରାମର ସନାତନ ସାହୁଙ୍କ ଘର୍ ଛାତ ଉପରେ ଏହି ବିଷଧର ସାପ ରହିଥିବା ପରିବାର ଲୋକେ ଦେଖିଥିଲେ । ଏହା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ସ୍ନେକ୍ ରେସ୍କୁ ଟିମର ସଦସ୍ୟ ସଞ୍ଜୟ କୁମାର ସ୍ବାଇଁ, ଭୀକାରି ବିଷୋୟୀ, କେଦାର ମଲ୍ଲିକ, ପ୍ରମୋଦ ବିଷୋୟୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ୧୦ ଫୁଟ ହେବା ସହ ନିକଟସ୍ଥ ଡାଙ୍ଗୁଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଛଡାଯାଇଥିବା ବନ କର୍ମଚାରୀ ପ୍ରକାଶ କରିଛନ୍ତି ।