କୋଟଗଡ଼(ଦିପେନ୍ଦ୍ର କୁମାର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଜଗନ୍ନାଥ ମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟି ଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ସାଧାରଣ ଦିବସରେ.ପ୍ୟାରେଡ ଦେଖି ଫେରୁଥିବା ସମୟରେ ବିପରୀତ ଦିଗରୁ ଏକ ବାଇକି ଟ୍ରକକୁ ଓଭର ଟେକ କରୁଥିବା ବେଳେ ସାମ୍ନାପଟୁ ଆସୁଥିବା ବାଇକ ଭୟଭୀତ ହୋଇ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇ ଥିଲା l ବାଇକ ପଛରେ ବସିଥିବା ଯୁବକ ଜଣକ ଛିଟିକିପଡ଼ି ଟ୍ରକର ଆଗ ଚକା ତଳେ ପଡି ମୃତ୍ୟୁ ବରଣ କରି ଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଥିଲେ l ମୃତ ବ୍ୟକ୍ତି ଜଣକ ହେଲେ ସର୍ପା ନନ୍ଦ ପାଟମାଝୀ ବୟସ 16 ବର୍ଷ କୋଟଗଡ଼ ବ୍ଳକ ସାର୍ତୁଲୁ ଜି. ପିର ବୋଲି ଜଣାଅପଡ଼ିଛି l ଆହାତ ବ୍ୟକ୍ତି ହେଲେ କର୍ନେଲି ମଲିକ ବୟସ 18 ବର୍ଷ କୋଟଗଡ ବ୍ଳକ ମାଦାଗୁଡା ଜି.ପି.ବୋଲି ଜଣା ପଡିଛି l ଆହାତ ବ୍ୟକ୍ତିଙ୍କୁ ପ୍ରଥମେ କୋଟଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ସ୍ବସ୍ଥବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲିଗୁଡା ମୁଖ୍ୟ ଚିକିଛାଳୟକୁ ସ୍ଥାନନ୍ତ୍ରର କରିଛନ୍ତି l ସେପଟେ ଅଞ୍ଚଳ ବ୍ୱାସୀ ଅଶାନ୍ତି ହୋଇ ରାଜରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ l ଘଟଣା ସ୍ଥଳରେ କୋଟଗଡ ପୁଲିସ ପଂହଁଞ୍ଚି ଲୋକଙ୍କୁ ବୁଝାସୁଝା କରି ଥିଲା l