ସିବି ସାଇନରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଏସ୍ପି ଜିତେନ୍ଦ୍ର କୁମାର ପଣ୍ଡା…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସିବି ସାଇନ ଇନ୍ଷ୍ଟିଟ୍ୟୁଟ ପାଲସ ଷ୍ଟ୍ରୀଟରେ 79ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l କାର୍ଯ୍ୟକ୍ରମକୁ CB shine instituteର ପରିଚାଳକ କ୍ଲିଣ୍ଟନ ବେବର୍ତ୍ତା ଓ ଅଭିନାଶ ବେବର୍ତ୍ତା ସହିତ ସମସ୍ତ ଶିକ୍ଷକଗଣ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ(SP) ଶ୍ରୀ ଜିନ୍ତେନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିଲେ ଏବଂ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ମନଦେଇ ପାଠପଡ଼ି ନିଜ ମା ବାପାର ସପ୍ନ ଏବଂ  ଦେଶର ସେବା କରିବା  ପାଇଁ କହିଲେ  କମ ବୟସରେ ଭୁଲ ରାସ୍ତାରେ ନ ଯାଇ  ନିଜର ପରିଚୟ ଗୋଡ଼ ଆଉ ମା ବାପାଙ୍କ ସପ୍ନ ପୁରଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳଙ୍କ କାର୍ଯାଳୟରୁ  child help line supervisor ଶ୍ରୀ ସୁରଜ୍ ଲିମା ମଧ୍ୟ ଉପସ୍ଥିତ ରହି child line supervisor ଶ୍ରୀ ସୁରଜ୍ ଲିମା ପିଲାମାନଙ୍କ ମୌଳିକ ଅଧିକାର ଉପରେ କିଛି ପରାମର୍ଶ ଦେଇ ଥିଲେ l ସେହି ପ୍ରକାର ଭାବରେ ମୁଖ୍ୟ ଅତିଥି ଆରକ୍ଷୀ ଅଧିକାରୀ ସିବି ସାଇନ ଇନ୍ଷ୍ଟିଟ୍ୟୁଟରେ ପିଲାମାନଙ୍କୁ ଉପହାର ଦେଇ ସ୍ଵାଧୀନତା ଦିବସର ସୁଭେଚ୍ଛା ଜଣାଇ ଥିଲେ  ।