ଟାଟା ପାୱାରର ଖାମଖିଆଲି ନୀତି: ଲୁଗା ସୁଖେଇବା କାମରେ ବ୍ୟବହାର ହେଉଛି ସର୍ଭିସ୍ ତାର, ବିପଦକୁ ସ୍ଵାଗତ କରୁଛି ବିଦ୍ୟୁତ ତାର…
ଦାରିଙ୍ଗବାଡି(ଆଶୋକ ସିଂ): ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ କେତେବେଳେ ଯେ କାହାର ଜୀବନ ଜୀବ ତାହା କହି ହେବ ନାହିଁ l ଘରକୁ ଘର ବିଦ୍ୟୁତ ସଂଯୋଗ କରିବା ପାଇଁ ଏଲ ଟି କେବୁଲ ସର୍ଭିସ୍ ତାର ସାହାଯ୍ୟରେ ଟଣା ଯାଇଛି l ସୁରକ୍ଷା ଦୃଷ୍ଟିରୁ ଓ ବିଦ୍ୟୁତ୍ ଚୋରୀକୁ ରୋକିବା ପାଇଁ କେବୁଲ ସାହାଯ୍ୟରେ ତାର ଟଣା ଯାଇଛି l ହେଲେ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟାର ସୁଧାର ପାଇଁ ବିଭାଗ ପକ୍ଷରୁ ବାରମ୍ଵାର ବିଦ୍ୟୁତ୍ କାଟ ମଧ୍ୟ କରାଯାଉଛି । ହେଲେ ଏପରି କିଛି ସ୍ଥାନ ଅଛି ସେହି ରାସ୍ତା ଦେଇ ସବୁଦିନ ବିଦ୍ୟୁତ୍ କର୍ମଚାରୀମାନେ ଯିବା ଆସିବା କରୁଥିଲେ ସୁଦ୍ଧା ସମସ୍ୟା ପ୍ରତି କାହାର ଦୃଷ୍ଟି ନାହିଁ । ବିଦ୍ୟୁତ୍ ତାର ଓହଳି ରହିଥିବାରୁ ବର୍ତ୍ତମାନ ସେହି ତାର ଲୁଗା ଶିଖାଇବା କାମରେ ଲାଗୁଛି । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ପଛ ୟୂପି ସ୍କୁଲ ଛକ ଠାରୁ ଲ୍ୟାମ୍ପ ଛକ ପର୍ଯ୍ୟନ୍ତ ସର୍ଭିସ ତାର ଓହଳି ରହିଥିବା ବେଳେ ବର୍ତ୍ତମାନ ସେହି ତାର ଉପରେ ଲୋକେ ଓଦା ଲୁଗା ସୁଖାଉ ଥିବା ଦେଖିବାକୁ ମିଳୁଛି l ଯଦିଓ ସେଥିରେ ବିଦ୍ୟୁତ୍ ପ୍ରବାହିତ ହୋଇ କିଛି ଅଘଟଣ ଘଟେ ତେବେ ସେଥି ପାଇଁ ଦାୟୀ କିଏ ହେବ ବୋଲି ଚର୍ଚ୍ଚା ହେଉଛି । ତାର ଓହଳି ରହି ଥିବାରୁ ସେହି ବାଟ ଦେଇ ଲୋଡ ଗାଡ଼ି ଯିବା ଆସିବାରେ ଅସୁବିଧା ହେଉଥିବା ନଜିର ରହିଛି । ଯଦିଓ ତାହା କୌଣସି କାମରେ ଲାଗୁ ନାହିଁ ତେବେ ତାହାକୁ କାଡ଼ି ସୁରକ୍ଷିତ ସ୍ଥାନରେ ରଖାଯିବା କଥା l ଯଦିଓ ବିଦ୍ୟୁତ୍ ସପ୍ଲାଇ କାମରେ ବ୍ୟବହାର ହେଉଛି ତେବେ କୌଣସି ଅଘଟଣ ଘଟିଲେ ଦାୟୀ କିଏ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।