ଚକାପାଦ(ବାଳକୃଷ୍ଣ କହଁର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବିଭିନ୍ନ ସ୍ଥାନରେ ଗହ୍ମା ପୂର୍ଣ୍ଣିମା ଓ ରାଖି ବନ୍ଧନ ବହୁ ଧୂମଧାମରେ ପାଳିତ ହୋଇଥିବା ବେଳେ ବ୍ରହ୍ମଣପାଦ ଠାରେ ମଧ୍ୟ ବହୁ ଉଚ୍ଚ ରେ ବାଉଁଶରେ ଝୁଲାଯାଇ ଥିବା ଛତା, କ୍ଷୀର ବୋତଲ, ଚକଲେଟ, ବିସ୍କୁଟ, ଖାତା, ପେନ, ପଇସା ଏବଂ ବିଭିନ୍ନ ସାମଗ୍ରୀ ରଖି ଗହ୍ମା ଡିଆଁ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଛୋଟ, ମଧ୍ୟ୍ୟମ ପିଲାମାନଙ୍କୁ ନେଇ ବହୁ ଉଚ୍ଚରେ ଝୁଲୁଥିବା ବିଭିନ୍ନ ସାମଗ୍ରୀକୁ ଡିଆଁ ମାରି ହାତେଇ ନେବାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଅଞ୍ଚଳର ସହ ସହ ଲୋକ ଏକତ୍ରିତ ହୋଇ ହସଖୁସି ମଜା ନେଉଥିଲେ । ଏହା ହେଉଛି ଓଡ଼ିଆଙ୍କ ପାରମ୍ପରିକ ପର୍ବ ଗହ୍ମା ପୂର୍ଣ୍ଣିମା l ଏହି ଦିନ ମାନଙ୍କରେ ଗୋମାତାଙ୍କ ପୂଜା କରିବା ସହ ଘରେ ଘରେ ପିଠା ପଣା ଖାଇ ଆନନ୍ଦ ଉହ୍ଲାସରେ ପାଳନ କରିଥାନ୍ତି ।