ଦାରିଙ୍ଗବାଡି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ କାର୍ଯକ୍ରମ ଅନୁଷ୍ଠିତ, ମୋଟ ୨୫୬ ଅଭିଯୋଗ ଶୁଣାଣି ବ୍ୟକ୍ତିଗତ ଓ ୮୪ ସାମୁହିକ ୧୭…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କନ୍ଧମାଳ ଜିଲ୍ଲାପାଳ ଭାବେ ବେଦ ଭୂଷଣ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦାରିଙ୍ଗବାଡି ବ୍ଲକରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ୨୫ ପଞ୍ଚାୟତ ଅଞ୍ଚଳରୁ ସମୁଦାୟ ୨୫୬ ଅଭିଯୋଗ ଶୁଣିଥିଲେ ସେଥି ମଧ୍ୟରୁ ସାମୁହିକ ଭାବେ ୧୭୨ ଓ ବ୍ୟକ୍ତିଗତ ଭାବେ ୮୪ ଟି ଅଭିଯୋଗ ଶୁଣି ଶୁଣି ଥିବା ଜଣା ପଡ଼ିଛି । ଜିଲ୍ଲାର ସର୍ବ ବୃହତ୍ ତଥା ଦୂର୍ଗମ୍ ଅଞ୍ଚଳରେ ପରିବେଷ୍ଟିତ ବ୍ଲକରେ ଅନେକ ସମସ୍ୟା ଲାଗି ରହିଛି । ସାମୂହିକ ଅଭିଯୋଗରେ ବିଶେଷ କରି ଦୂର୍ଗମ ଅଞ୍ଚଳକୁ ରାସ୍ତା ସଂଯୋଗ, ବସୁଧା ପାନୀୟ ଜଳ ଓ ଇଣ୍ଟରନେଟ୍ ଭଳି ସମସ୍ୟା ବିଭିନ୍ନ ଅଞ୍ଚଳରେ ଲାଗିରହିଛି । ବିଶେଷ କରି ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରିଗାଁ, ବ୍ରାହ୍ମଣୀଗାଁ, ସରାମୂଳି, ତାଜୁଙ୍ଗିଆ ପଞ୍ଚାୟତରେ ଇଣ୍ଟର୍ନେଟ୍ ସମସ୍ୟା ରହିଥିବା ବେଳେ ସିକରମାହା, ଗଦା ପୁର, ସରାମୁଳି ମେଡ଼ିକାଲରେ ଡାକ୍ତରଙ୍କ ଅଭାବ ଥିବା ଏବଂ ଏକାଧିକ ଗ୍ରାମରେ ପାନୀୟ ଜଳ ସମସ୍ୟା ଓ ବିଦ୍ୟାଳୟମାନଙ୍କରେ ଶିକ୍ଷକଙ୍କ ଅଭାବ ଥିବା ଆଭିଯୋଗ ହୋଇ ଥିବା ବେଳେ ବ୍ୟକ୍ତି ଗତ ଭାବେ ଜଙ୍ଗଲ ଜମି, ଘରବାରି ଓ ମେଡ଼ିକାଲ୍ ସହାୟତା ପାଇଁ ଅଭିଯୋଗ ହୋଇଥିବା ଜଣା ପଡ଼ିଛି । ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ତାଙ୍କ ସହ କନ୍ଧମାଳ ଏସପି ହରିଶ ବିଶି, କନ୍ଧମାଳ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ଏସଡିପିଓ ରମେନ୍ଦ୍ର ପ୍ରସାଦ, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ସହ ତହସିଲଦାର ଫାଲ୍ଗୁନୀ କୁମାର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠି, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି, କମଳ ପାତ୍ର, ବିଶ୍ୱରଞ୍ଜନ ହାତି,ସୁଶାନ୍ତ ପ୍ରଧାନ, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଯୋଗାଣ ନିରୀକ୍ଷକ ନିହାର ବେହେରା, ଅରୁଣ ପଟ୍ଟନାୟକ, ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ସମସ୍ୟାର ଉତ୍ତର ରଖିଥିଲେ ।