ପରିସଲ ଗ୍ରାମରୁ ବୃଦ୍ଧା ନିଖୋଜ, ଥାନାରେ ଅଭିଯୋଗ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଥାନା ପରିସଲ ଗ୍ରାମର ଜଣେ ୮୬ ବର୍ଷୀୟ ବୃଦ୍ଧ ନିଖୋଜ ଥିବା ଜଣାପଡିଛି l ମିଳିଥିବା ସୂଚନା ପ୍ରକାରେ ଚଳିତ ମାସର ଗତ ୭ ତାରିଖ ଗୁରୁବାର ଦିନ ସକାଳ ୧୧ ଘଣ୍ଟା ସମୟରେ ପରିସଲ ଗ୍ରାମର ୮୬ ବର୍ଷୀୟ ବୃଦ୍ଧ ଉଦୟ ଚନ୍ଦ୍ର ମାଳି ଘରୁ ବାହାରି କେଉଁ ଆଡେ ଚାଲି ଯାଇଥିବା ତାଙ୍କ ପୁଅ ରିବିୟମ ମାଳି ଗତ ଶନିବାର ଦିନ ରାମଗିରି ଥାନାରେ ଲିଖିତ ଆକାରରେ ଦରଖାସ୍ତ ଦେଇଛନ୍ତି । ବାପାଙ୍କୁ ଶୀଘ୍ର ଖୋଜିବା ପାଇଁ ଗୁହାରି କରିଛନ୍ତି l ଦରଖାସ୍ତରେ ବୃଦ୍ଧଙ୍କ ରଙ୍ଗ ଗୋରା, ଗୋଲାକାର ମୁହଁ, ପାଚିଲା କେସ, ପତଳା ଶରୀର, ୫ଫୁଟ ୩ ଇଞ୍ଚ ଉଚ୍ଚତା ଭାଷା ଓଡ଼ିଆ ଏବଂ ଘରୁ ଭାହାରିବା ସମୟରେ ଧଳା ରଙ୍ଗର ଧୋତି-ଲାଲଚି ଓ ଖାନ୍ଦରେ ଏକ ଗାମୁଛା ଧରିଥିବା ଉଲ୍ଲେଖ ହୋଇଛି l ରାମଗିରି ଥାନା ଅଧିକାରୀ ଡି. ଗଜପତି ଦୋରା ଏହାକୁ ଗୁରୁତର ନେଇ ଏକ ନିରୁଦ୍ଧିଷ୍ଟ ମାମଲା ରୁଜୁ କରିବା ସହ ବୃଦ୍ଧଙ୍କୁ ଖୋଜିବେ ବୋଲି ଦରଖାସ୍ତ କାରୀଙ୍କ ସାନ୍ତ୍ୱନା ଦେଇଛନ୍ତି l