ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ପରିସଲ ଗ୍ରାମର 72 ବର୍ଷୀୟା ବୃଦ୍ଧା କୁଡୁକି ଶବରଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ କୌଣସି କାରଣରୁ ଘରେ ସର୍ଟ ସର୍କିଟ ହୋଇଥିଲା l ଯାହା ଫଳରେ ଘରେ ନିଆଁ ଲାଗି ଘର ପୋଡ଼ିବା ସହ ବହୁ ଜିନିଷ ପତ୍ର ପୋଡି ଯାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ରାୟଗଡ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯାହାକି ଆଜି ଏଗାରଟା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।