ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମ ଓ ଗୁମ୍ମା ବ୍ଲକକୁ ସଂଯୋଗ କରୁଥିବା ଏହି ବ୍ରିଜ ଏବେ ବିପଦ ସଂକେତ ଦେଉଛି l ହେଲା ଏହି ବ୍ରିଜ ନିର୍ମାଣ ହେବାର ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ହେବ l ବର୍ତ୍ତମାନ ଏହି ବ୍ରିଜର ଅବସ୍ଥା ଅତି ସଚନୀୟ l କେତେବେଳେ ଭୁସୁଡ଼ି ଯିବ କହି ହେବ ନାହିଁ l ଗ୍ରାମ ବାସି କହିବା ଅନୁଯାଇ ଏହି ସିଙ୍ଗଲ ରାସ୍ତାରେ ସବୁଦିନ 10 ଚକିୟା ଟୀପ୍ପର ପ୍ରତିଦିନ 10 ଥର ଯିବା ଆସିବା କରୁଥିବା ଯୋଗୁଁ ବ୍ରିଜ ଉପରେ ଅଧିକ ଚାପ ପଡୁଛି l ବଡ଼ ଗାଡ଼ି ଯିବା ଦ୍ୱାରା ବ୍ରିଜର ତଳ ଭାଗରୁ ସିମେଣ୍ଟ କଂକ୍ରେଟ ଧୀରେ ଧୀରେ ଖୋସିବାରେ ଲାଗିଛି l କେତେବେଳେ ଯେ ଏହି ଡେମ ଭୁଶୁଡି ଯିବ କହି ହେବ ନାହିଁ l ଏଭଳି ପରିତିସ୍ତିରେ ଏହି ଡେମକୁ ସକାଳୁ ସକାଳୁ ନିଜ ନିଜ ନିତ୍ୟ କର୍ମ କରିବା ପାଇଁ ଅନେକ ଗ୍ରାମ ବାସି ଆସନ୍ତି l ଛୋଟ ଛୋଟ ପିଲାମାନେ ଗାଧେଇବା ପାଇଁ ଆସନ୍ତି l ବୃଦ୍ଧମାନେ ପିଲାମାନଙ୍କୁ ବ୍ରିଜରୁ ଦୁରେଇ ରହିବାକୁ ପରାମର୍ଶ ଦିଅନ୍ତି l କିନ୍ତୁ ପିଲାମାନେ ଅବାଧ୍ୟ ହୋଇ ବ୍ରିଜ ପାଖରେ ହିଁ ପ୍ରାୟ ରୁହନ୍ତି l ଏହି ବ୍ରିଜକୁ ନେଇ ଏବେ ଗ୍ରାମ ବାସି ଚିନ୍ତିତ ଥିବା କହିଛନ୍ତି l ଯଥାଶୀଘ୍ର ଏହି ଡେମ ସମ୍ପୂର୍ଣ ଭାଙ୍ଗି ପୁନରନିର୍ମାଣ କରିବା ପାଇଁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ, ସମିତି ସଭ୍ୟା ବାସନ୍ତୀ ପାଣି, ଅମର ପାତ୍ର, ନରସିଂଘ ବିଷୟ, ମଧୁ ପାତ୍ର, ଲୁଲୁ ଲିମା ଓ ମାନୁଏଲ ମାଛ ସରକାରଙ୍କୁ ଅନୁରୋଧ କରିଛନ୍ତି l