ନାରାୟଣ ପୁର ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ….

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ନାରାୟଣ ପୁର ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଆଚର୍ଯ୍ୟ ଚୁଡ଼ାମଣି ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଆନନ୍ଦ ଶତପଥୀ ପ୍ରଦୀପ ପ୍ରଜଳନ କରି ଏହି ବିଜ୍ଞାନ ମେଳାର ଶୁଭ ଉଦ୍ଘାଟନ କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ୩୯ ଗୋଟି ବିଦ୍ୟାର୍ଥୀ ୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ହେମଲତା ଭୂୟାଁ, ବାଳ କୃଷ୍ଣ ପଟ୍ଟନାୟକ, କୋଷାଦକ୍ଷ ସନ୍ତୋଷ କୁମାର୍ ଚୌଧୁରି, ପରିଚାଳନା କମିଟି ସଦସ୍ୟ ଟୁକୁନା ଘଡେ଼ଇ, ଗୁଗୁ ମହାନ୍ତିଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ ।