ଭଞ୍ଜନଗର(ନିଲୁ ବିଷୋୟୀ): ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ତାରସିଂ ପୁଲିସ ଶୁକ୍ରବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରରିଛି । ଦୁଇ ଗିରଫ ଅଭିଯୁକ୍ତ ତାରସିଂ ଥାନା ଅଧିନ ରୁଢାପଦର ଗ୍ରାମର ବିଭୂତି ଭୂଷଣ ରଥ ଓ ଦଶପଲ୍ଲା ଥାନା ପୋଇବାଡି ଅଞ୍ଚଳର ଅଜୁ ବିଷୋୟୀ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ଏନେଇ କେସ୍ ନମ୍ବର ୩୦୧/୨୫ ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ସ୍ବୟଂ ଚାଳିତ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ବ୨ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ,ଏସ୍ଆଇ ସମୀର କୁମାର ବେହେରା ପେଟ୍ରୋଲିଂ ଓ ୱାରେଣ୍ଟ୍ ରେଡ୍ କରୁଥିବା ସମୟରେ ବେଆଇନ ବନ୍ଧୁକ କାରବାର ନେଇ ଜଣେ ବ୍ୟକ୍ତି ରୁଢାପଦର ରାସ୍ତାରେ ବୁଲୁଥିବା ଖବର ପାଇ ସେଠାକୁ ଯାଇଥିଲେ । ଏହି ସମୟରେ ଏକ ବାଇକରେ ଦୁଇ ଜଣ ଦ୍ରୁତଗତିରେ ଦଶପଲ୍ଲା ଆଡକୁ ଯାଉଥିବା ଦେଖି ପିଛା କରିଥିଲେ । ଦୀର୍ଘ ସମୟ ଅଟକାଇବା ପାଇଁ ଚେଷ୍ଟା କରି ବହୁ ଦୂର ଯିବା ପରେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ପ୍ରକାଶ କରିଛି । ଏହା ପରେ ସେମାନଙ୍କ ଠାରୁ ପିସ୍ତଲ ଓ ଗୁଳି ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି ।