ସ୍ୱାଧୀନତା ଦିବସ ଉପଲକ୍ଷେ ସିଆଙ୍ଗବାଲି କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ ସିଆଙ୍ଗବାଲି କ୍ଳଷ୍ଟର ମାକାପାଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ୭୯ ତମ ସ୍ଵାଧୀନତା ଦିବସ ଦିବସ ଉପଲକ୍ଷେ ସି ଆର ସି ସି ଅଜିତ କୁମାର ବେହେର ଦଳେଇଙ୍କ ନେତୃତ୍ୱରେ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସିନିୟର୍, ଜୁନିୟର ଓ ସବ ଜୁନିୟର ଏପରି ତିନି ଶ୍ରେଣୀରେ ବିଭାଜନ କରି, କୁଇଜ୍, ଭାଷଣ, ସଙ୍ଗୀତ ନୃତ୍ୟ, ଦଳଗତ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇ ଥିଲା । କ୍ଳଷ୍ଟରର ୧୦ ଗୋଟି ବିଦ୍ୟାଳୟରୁ ପ୍ରାୟ ୮୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମକ ପାଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କିଶୁବାଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ କୁମାର ସେଠୀ, ପୁଷ୍ପାଞ୍ଜଳୀ ନାୟକ, ପ୍ରିୟବ୍ରତ ପ୍ରଧାନ, ଜ୍ୟୋତିର୍ମୟୀ ପ୍ରଧାନ, କିଶୋର ପ୍ରଧାନ, ତନ୍ମୟ ପ୍ରଧାନ, ମାମା ପ୍ରଧାନ, ସୁନୀଲ କୁମାର ପ୍ରଧାନ, ମମତା ପ୍ରଧାନ, ପ୍ରଭାକର ଖୁଣ୍ଟିଆ, କିଶୋର ଚନ୍ଦ୍ର କର ସମେତ ଅଭିଭାକମାନେ ମଧ୍ୟ ଯୋଗ ଦେଇଥିଲେ l