ଭତ୍ତା ଓ ରାସନ କାର୍ଡ ବଣ୍ଟନ କଲେ ବିଧାୟକ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନୂତନ ରାସନ କାର୍ଡ ଓ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୪୦୧ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ଓ ୨୨୦ ପରିବାରକୁ ରାସନ କାର୍ଡ ବଣ୍ଟନ କରିଛନ୍ତି । ସରକାର ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ଦିନରେ ଆହୁରୀ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଓ ଭତ୍ତା ସମେତ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ନାୟକ ଆୟୋଜିତ କାର୍ଯ୍ୟକ୍ରମରେ କହିଥିଲେ । ଏହି ଅବସରରେ ଭଞ୍ଜନଗର ବ୍ଲକର ମନରେଗା ସେଲକୁ ବିଧାୟକ ଉଦଘାଟନ କରିଥିଲେ । ଏଥି ସହିତ ବ୍ଳକର ସମସ୍ତ ସରକାରୀ କାଯ୍ୟାଳୟକୁ ୧୨୫ଟି ହୁଇଲ ଚେୟାର,୧୦ ଜଣ ଦିବ୍ୟାଙ୍ଗକୁ ଟ୍ରାଇ ସାଇକେଲ ଓ ୨୨ଜଣ ମହିଳାଙ୍କୁ ସିଲେଇ ମସିନ ପ୍ରଦାନ କରାଯାଇଥିଲା । କାଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ, ବିଡ଼ିଓ ଭାରତୀ ଦେବୀ, ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ନିତ୍ୟାନନ୍ଦ ପାତ୍ର, ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼, ଶିବ ଶଙ୍କର ପ୍ରଧାନ, ଧୋବା ଗୌଡ଼, ହୃଷିକେଶ ପ୍ରଧାନଙ୍କ ସମେତ ସମସ୍ତ ପିଆରଆଇ୍ ମେମ୍ବର ଉପସ୍ଥିତ ଥିଲେ ।