ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେଏମ ଭାଲିଆସାହି ଠାରେ ବ୍ଲକ୍ ସ୍ତରୀୟ ନିଷ୍ଠା ସମତା ମୂଳକ ଓ ସମାବେଶୀ ତାଲିମ ଶିବିର ତା ୦୪-୦୮-୨୦୨୫ ରିଖ ଠାରୁ ତା ୦୮-୦୮-୨୦୨୫ ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ରା.ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳଙ୍କ ତତ୍ତ୍ୱାବଧାନ କ୍ରମେ ଉକ୍ତ କାର୍ଯ୍ୟକ୍ରମ ସଫଳତା ଲାଭ କରିଥିଲା । ଶିବିରର ପ୍ରଥମ ଦିବସରେ ବି ଆର୍ ସି ସି ଶ୍ରୀଯୁକ୍ତ ଶ୍ରୀନିବାସ ବେହେରଦଳାଇ ଉଦଘାଟନ କରିବା ସହିତ ଗୋଷ୍ଠୀ ସାଧନା ଶିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ, ଶ୍ରୀଯୁକ୍ତ ଅଭୟ କୁମାର ଦାସ, ପଙ୍କଜ ମଲ୍ଲିକ, ସୁବାସ ଚନ୍ଦ୍ର ପାଇକରାୟ ଓ ଯୋଗେଶ୍ୱର ମନ୍ଥରା ପ୍ରମୁଖ, ସମ୍ବଳ ସାଧନ କର୍ମୀ ଭାବରେ ତାଲିମ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୪୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାର ଶପଥ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।