ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରାମଗିରି ସ୍ଥିତ ପିଏମଶ୍ରୀ(ଏସଏସଡି) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ନାୟକଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଛି l ପିଏମଶ୍ରୀ ବାର୍ଷିକ ଉତ୍ସବ ୨୦୨୫ । କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାସରଥି ଗମାଙ୍ଗ, ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲମନ ରାଇକା, ଜିଲ୍ଲା ଶିକ୍ଷା ନିରିକ୍ଷକ ରମେଶ ଚନ୍ଦ୍ର ଦାସ, ମୂଖ୍ୟ ବକ୍ତା ତଥା ଶିକ୍ଷା ନିରିକ୍ଷକ ରାୟଗଡା ଶ୍ୟାମଘନ ଭୁୟାଁ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ସ୍ଥାନୀୟ ସରପଞ୍ଚ ସସ୍ମିତା କାର୍ଯ୍ୟୀ, ଜିଲ୍ଲା ପରିଷଦ ଦଣ୍ଡପାଣି ବଡମୁଣ୍ଡି, ଥାନା ଅଧିକାରୀ ଗଜପତି ଦୋରା, ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ମାଳୀ, ରାଜେନ୍ଦ୍ର ଗୌଡ, ରାମଚନ୍ଦ୍ର ଭୁୟାଁ, ଏସଏମସି ସଦସ୍ୟ ରଘୁନାଥ ବଡମୁଣ୍ଡି ପ୍ରମୁଖଙ୍କ ସହ ଆଞ୍ଚଳିକ ଅନେକ ଶିକ୍ଷକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଓ ମଞ୍ଚାସୀନ ଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ପଦୀପ ପ୍ରଜ୍ବଳନ, ସ୍ବାଗତ ସଙ୍ଗୀତ ଓ ସ୍ବାଗତ ନୃତ୍ୟ ପରେ ପ୍ରଧାନଶିକ୍ଷକ ଶ୍ରୀ ନାୟକଙ୍କ ଦ୍ବାରା ବିବରଣି ପାଠ ପରେ ଅତିଥିଗଣ ନିଜନିଜର ଅବିଭାଷଣ ରଖିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ୬ ଗୋଟି ଇଭେଣ୍ଟରେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରଷ୍କାର ଟ୍ରଫି ଓ ମାନପତ୍ର ପ୍ରଦାନ କରାଗଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅବିଭାବକ ଓ ଅନେକ ବୁଦ୍ଧିଜୀବୀ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅଞ୍ଜିତ କୁମାର ପରିଛ୍ଛା ପରିଚାଳନା କରିଥିବା ବେଳେ ଓ ଅନୁଷ୍ଠାନର ଅନ୍ୟାନ୍ୟ ସହକର୍ମୀ ସହଯୋଗ କରିଥିଲେ ।