ଅଜଣା ରୋଗରେ ପୀଡ଼ିତ ହୋଇ ଦୀର୍ଘ 22 ବର୍ଷ ହେଲା ଶଯ୍ୟାରେ ହରିପାଣି…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଅଜଣା ରୋଗରେ ପୀଡିତ ହୋଇ ଦୀର୍ଘ 22ବର୍ଷ ହେଲା ଶଯ୍ୟାଶାୟୀ ଅଛନ୍ତି ହରିପାଣି । ବୟସ ୩୮ବର୍ଷ ।ଏ ହେଉଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମର ଉତ୍ପତ୍ତି ଗାଣ୍ଟାଙ୍କ ପୁଅ ହରିପାଣି ଗାଣ୍ଟା । ପନ୍ଦର ବର୍ଷ ବୟସରେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଥିଲେ । ସେବେଠାରୁ  ଚିକିତ୍ସା ନିମନ୍ତେ ଓଡିଶା ଓ ଆନ୍ଧ୍ରା ପ୍ରଦେଶର ବିଭିନ୍ନ ସରକାରୀ ବେସରକାରୀ ହସ୍ପିଟାଲକୁ ନେଇ ନେଇ ନୟାନ୍ତ ହେଲେଣି ଓ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କଲେ ତଥାପି ସୁସ୍ଥ ହୋଇପାରିଲାନାହିଁ । ବାପାମାଆ ଦୁଇଜଣ ପକ୍ଷାଘାତ ରୋଗୀ  ୨୨ ବର୍ଷ କାଳ ପୁଅର ସେବା କରି କରି  ନିଜ ନିଜର ବଳ ସରିଲାଣି ନାହି ଦୁଃଖରେ ଭାଙ୍ଗି ପଡ଼ିଲେ । ଦୁହେଁ ପୁଅର ସେବା କରିବାରେ ହିଁ ସେମାନଙ୍କ ବୟସ ବିତିଗଲାଣି l କୌଣସି ରୋଜଗାର ନାହିଁ l କେବଳ ପଡି ଚାଉଳ ଓ ଭତ୍ତା ଟଙ୍କା ଉପରେ ହିଁ ଭରସା ।  ସେମାନଙ୍କ ଦୁଃଖ ଦେଖି ଗ୍ରାମ ବାସି ବା ସାହି ପଡିଶା  କିଛି କିଛି ଖାଇବା ପାଇଁ କିଛି ସାହାଯ୍ୟ ବା ପିନ୍ଧିବା ପାଇଁ ବସ୍ତ୍ର  ପ୍ରଦାନ କରନ୍ତି l ଗ୍ରାମ ବାସି ଓ ହରିପାଣିଙ୍କ ବାପା ମା କହିବା ଅନୁଯାଇ ସରକାରଙ୍କ ପକ୍ଷରୁ ଆଉ କୌଣସି ପ୍ରକାର ସାହାଯ୍ୟ  ସହାୟତା ମିଳିନଥିବା ପ୍ରକାଶ କରୁଛନ୍ତି । କେବଳ ଭତା ଓ ପିଡି ଚାଉଳ ମିଳିବା ପ୍ରକାଶ କରିଛନ୍ତି l ପୁଅର କଷ୍ଟ ଦେଖି ଶୁଖୁନି ମା  ଆଖିର ଲୁହ କି ସେବା କରିବା ପାଇଁ ଆଉ ଆମ ପାଖରେ ବଳ ନାହିଁ ବୋଲି କହିଁ ଦୁଃଖ ଭରା କଣ୍ଠରେ ଦୁହେଁ ପ୍ରକାଶ କରିଛନ୍ତି ତେଣୁ ସରକାରଙ୍କୁ ସହାୟତା ନିମନ୍ତେ ଆକୁଳ ନିବେଦନ କରିଛନ୍ତି ।