କୁଲାଡରେ ଆଇନଜୀବୀଙ୍କ ଘରୁ ଚୋରି ଅଭିଯୋଗ,ସାଇଣ୍ଟିଫିକ ଟିମ୍ ଓ ସନ୍ଧାନି କୁକୁରର ଛାନଭିନ୍….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ କୁଲାଡ଼ ଗୌଡ଼ ସାହିରେ ଥିବା ଏକ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଆଇନଜୀବୀ ହର୍ଷ ବର୍ଦ୍ଧନ ପଣ୍ଡାଙ୍କ ଘରେ ଗତକାଲି ବିଳମ୍ବିତ ଦୁବୃର୍ତ୍ତମାନେ ବାରିପଟ କବାଟ ଖୋଲି ଘର ଭିତରେ ପଶି ଚୋରୀ କରିଥିବା ଅଭିଯୋଗ ହୋଇଛି । ଆଲମିରା ଭାଙ୍ଗି ସେଥିରେ ଥିବା ୩ ଲକ୍ଷ ଟଙ୍କା ସହ ୨ ଟି ଲେଖାଏଁ ସୁନାହାର, ତାଡ଼, ଚେନ୍, ରୁଲି, ୪ଟି ମୁଦି, କାନ ଫୁଲ ଭଳି ପ୍ରାୟ ୧୦ ଭରି ସୁନା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି । ଏନେଇ କେସ ନମ୍ବର ୯୦୯/୨୫ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏସଆଇ ସମୀର ସେଠୀ, ଲିପିନା ବିଶ୍ଵାଳ, ଲକ୍ଷ୍ମୀଧର ମହାନ୍ତି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରି ଫେରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଗତମାସରେ ମଧ୍ୟ ଜିଲୁଣ୍ଡି ମୁଖ୍ୟ ରାସ୍ତାରେ ବିରେନ୍ଦ୍ର କୁମାର ପାତ୍ର ଘରୁ  ଆଲମୀରା ଭାଙ୍ଗି ସେଥିରେ ଥିବା ନଗଦ ପ୍ରାୟ ୮ଲକ୍ଷ ଟଙ୍କା କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା ।