ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାର୍ଲବା ପଞ୍ଚାୟତର ପେକଟ ଗ୍ରାମରେ ଚଡ଼କ ମାରି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତ୍ତର ଆହତ ହୋଇ ଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ହେଲେ 35 ବର୍ଷୀୟା ମୋନି ଗମାଙ୍ଗ ବୋଲି ସୁଚନା ମିଳିଛି । ଆଠ ଗୁରୁତ୍ତର୍ ହେଲେ ସୁଶୀଳା ଶବର, ସୁନେତି ଶବର, ସୋମିତ ରାଇକା, ସୁଗନ୍ତି ରାଇକା, ସାବିତ୍ରୀ ଶବର, ସୁଶାନ୍ତ ଶବର, ଶୁଭଦ୍ରା ଶବର, ସୁନାଇ ଶବର ବୋଲି ପ୍ରାଥମିକ ସୂଚନା ମିଳିଛି । ସୂଚନା ପ୍ରକାରେ ସମସ୍ତେ ବଗଡରେ କାମ କରୁଥିବା ବେଳେ ଘଡ଼ଘଡି ସହ ବର୍ଷା ହୋଇଥିଲା । ପରେ ଘଡଘଡି ସହ ଚଡ଼କ ମାରିବା ଯୋଗୁଁ ଏ ଭଳି ଅଘଟଣ ହୋଇଥିବା ଜଣା ପଡିଛି । ଖବର ପାଇ ମାର୍ଲବା ରାଜସ୍ବ ନୀରିକ୍ଷକ ଏବଂ ରାୟଗଡର ପୂର୍ବତନ ସମିତି ମାଫିଏଲ୍ ସ୍ଵାଲସିଂ ଆହାତମାନଙ୍କୁ ଉଦ୍ଧାର କରି ରାୟଗଡ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ସୂଚନା ରହିଛି । ଘଟଣା ସ୍ଥଳରେ ରାୟଗଡ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯାହାକୁ ନେଇ ଆଜି ଅପରାହ୍ନ ପାଞ୍ଚଟା ବେଳେ ସୂଚନା ପ୍ରଦାନ କରିଛନ୍ତି ।