ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା l ୭୦ ଖଣ୍ଡ ପିଆଶାଳ କାଠ ପଟା ସହ ଏକ ମିନିଟ୍ରକକୁ ଜବତ କରିବା ସହ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଦାରିଙ୍ଗବାଡି ବନାଞ୍ଚଳର ବୁଡ଼ାଗୁଡା ସେକ୍ସନର ପିକୁସି ଜଙ୍ଗଲରୁ ଏକ ମିନିଟ୍ରକ ଯୋଗେ କାଠପଟା ଲୋଡ୍ ହୋଇ ବାଲିଗୁଡା ଅଭିମୁଖେ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବନପାଳ ମନ୍ମଥ ପରିଛା, ଦାରିଙ୍ଗବାଡି ବନପାଳ ବିଶ୍ୱଜିତ ମିଶ୍ର ବନରକ୍ଷୀ ରାହୁଲ ନାୟକ, ସମୀର ନାୟକଙ୍କ ସମେତ ଫାୟର ସ୍କ୍ୱାର୍ଡ ସଦଳବଳେ ଚଢ଼ାଉ କରି ଉକ୍ତ ମିନିଟ୍ରକଟିକୁ ଅଟକାଇଥିଲେ ଓ ସେଥିରେ ଥିବା ୭୦ଖଣ୍ଡ ପିଆଶାଳ କାଠ ପଟା ଜବତ କରିବା ସହ ମିନିଟ୍ରକର ଚାଳକ ସଞ୍ଜିତ କୁମାର ବିଶିମାଝିଙ୍କୁ ଗିରଫ କରିଥିଲେ । ଏନେଇ ବିଭାଗ ପକ୍ଷରୁ ଏକ ମାମଲା (ଓଆର ୧୦ /୨୫ ଓ ୨୬)ରୁଜୁ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା କହିଛନ୍ତି ।