ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାପାଳ ଆଜି କୋଟଗଡ ଗସ୍ତରେ ଆସି ପ୍ରଥମେ ବ୍ଲକ କାର୍ଯାଳୟରେ ପହଂଚି ଥିଲେ l ବିଡ଼ିଓ ଶୁଭକାନ୍ତ ନାୟକ ଓ ବ୍ଲକ ଅଧକ୍ଷା ପିଙ୍କି କହଁର ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳ ବିଷୟରେ ଆଲୋଚନା କରିଥିଲେ l କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ନୂତନ ଭାବେ ଜିଲ୍ଲାର ଦାୟିତ୍ୱ ନେଲା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତର ଦେଇ ଦୁର୍ଗାପଙ୍ଗା ପଂଚାୟତ ଗସ୍ତ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ପରିବେଶ ଓ ଶିକ୍ଷା ସମ୍ପର୍କରେ ପି.ଆଇ. ଟି ଡି.ଏ. ପି ଆଇଏ କୃପାସିନ୍ଧୁ ବେହେରା ଙ୍କୁ ପଚାରି ବୁଝିଥିଲେ l ଏହା ସହ ଝାମଝରରେ ମନରେଗା ରାସ୍ତା କାମ ଉପରେ ପରିଦର୍ଶନ କରି କୋଟଗଡ ଜଳ ପରିମଳ ବିଭାଗ କୋଟଗଡର ପାଣି ଟାଙ୍କିକୁ ପରିଭ୍ରମଣ କରି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l କୋଟଗଡ ପରିଦର୍ଶନ ପରେ ତୁମୁଡିବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟଲୟର ଉନ୍ନତି ମୂଳକ କାର୍ଯ୍ୟ ଉପରେ ବିଡ଼ିଓ ବନ ବିହାରୀଙ୍କ ସହ ଅଂଚଳର ବିକାଶ ଉପରେ ଆଲୋଚନା କରିଥିଲେ l