ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାଧୀନତା ଦିବସ କିପରି ପାଳିତ ହେବ ସେ ନେଇ କୋଟଗଡ ପଞ୍ଚାୟତ ସମିତି ମିଟିଙ୍ଗ ହୋଲରେ ଆଲୋଚନା କରାଯାଇଛି । ଏହି ବୈଠକ ସମିତିଅଧକ୍ଷା ପିଙ୍କି କହଁରଙ୍କ ସଭାପତିତ୍ୱରେ ହୋଇଥିଲା । କିପରି ଏହି ବର୍ଷ <span;>୭୯ ତମ ସ୍ୱାଧୀନତା ଧୁମ ଧାମରେ ପାଳନ କରାଯିବ ସେ ସମ୍ପର୍କରେ କୋଟଗଡର ସମସ୍ତ ବିଭାଗ ଅଧିକାରୀଙ୍କୁ ଡାକି ପ୍ରସ୍ତୁତି ବୈଠକ କରାଯାଇଛି l ଏହି ବୈଠକରେ ସାଂସଦ ପ୍ରତିନିଧି ନାରାୟଣ ପାତ୍ର, ବିଧାୟକ ପ୍ରତିନିଧି ମୋନଜ ସାବତ, ଭାଜପା ମଣ୍ଡଳ ସଭାପତି ଗୋପାଳ ବେହେରା, କୋଟଗଡ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଜିପିଓ ଲଳିତ ମହନ ସାହୁ, କୋଟଗଡ ଏସ ଏସ ଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଜଗତ, ଏସବିଆଇ ମ୍ୟାନେଜର, କନିଷ୍ଠ ଯନ୍ତ୍ରୀ ଓ କୋଟଗଡର ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।