ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତର ସିଣ୍ଡିବୁର ଗ୍ରାମ l ଏହି ଗ୍ରାମର ଦୁଃଖ କହିଲେ ନ ସରେ l ଦେଶ ସ୍ୱାଧୀନତା ହୋଇ ୭୯ ବର୍ଷ ବର୍ଷ ବିତିଗଲାଣି l କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ପାହାଡିଆ ଅଞ୍ଚଳରେ ବସ ବାସ କରୁଥିବା ଆଦିବାସୀମାନଙ୍କ ବିକାଶ ହୋଇ ପାରିନାହିଁ l ଏହି ସିଣ୍ଡିବୁର ଗ୍ରାମ ଆଦିବାସୀ ଜନସାଧାରଣ ପାହାଡ଼ ଶୀର୍ଷରେ ବସ ବାସ କରନ୍ତି l କୌଣସି ମହିଳା ଗର୍ଭବତୀ ହେଲେ ସେହି ମହିଳାଙ୍କୁ ମେଡିକାଲ ନେବାକୁ ହେଲେ ଖଟିଆରେ ବୋହି ୩ କିଲୋମିଟର ନେଲା ପରେ ସେଠାରୁ ଗାଡ଼ିର ବ୍ୟବସ୍ଥା କରି ବା ଆମ୍ବୁଲାନ୍ସ ଦ୍ବାରା ମେଡିକାଲ ନିଆଯାଏ l ଏକ ଟଙ୍କା ଚାଉଳ ହେଉ ବା ବୃଦ୍ଧମାନଙ୍କ ପେନସେନ ପାଇବା ପାଇଁ ହେଲେ ପାଉ ଥିବା ଟଙ୍କାର ଅଧାରୁ ଅଧା ଖର୍ଚ୍ଚ ହେଇଯାଏ l ଆଉ ଗୋଟିଏ ଦୁଃଖର ବିଷୟ ହେଲା ଗ୍ରାମ ବାସି କହିବା ଅନୁଯାଇ କିଛି ବର୍ଷ ତଳେ ବା ୨୦୨୦ ମସିହାରେ ତତ୍କାଳୀନ ଏସ୍ପପି ସାରା ଶର୍ମା ଏହି ସିଣ୍ଡିବୁର ଗ୍ରାମକୁ ଆସି ସେମାନଙ୍କର ଦୁଃଖ ବୁଝି ସେମାନଙ୍କୁ ସାହାଯ୍ୟ କରିବି କହି ପୋଷ୍ୟ ଗାଁ ଭାବେ ସିଣ୍ଡିବୁର ଗ୍ରାମକୁ ଗ୍ରହଣ କରିଥିଲେ l ଗ୍ରାମ ବାସିମାନେ ଏସ୍ପପି ସାରା ଶର୍ମାଙ୍କ କଥାରେ ବହୁତ ଖୁସି ହେଇ ଯାଇ ଥିଲେ l ଗଜପତିରେ ପୁଲିସ ଅଧିକାରୀ ସାରା ଶର୍ମା ଏହି କାର୍ଯ୍ୟ ଚର୍ଚ୍ଚାରେ ପରିଣତ ହୋଇ ଏକ ଉଦାହରଣ ସାଜିଥିଲେ l କିନ୍ତୁ ବର୍ଷ ବର୍ଷ ବିତିଗଲାଣି ସେହି ସିଣ୍ଡିବୁର ଗ୍ରାମର କୌଣସି ବିକାଶ ମୂଳ କାର୍ଯ୍ୟ ହୋଇ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ବିକାଶର ସ୍ବାଦ ପାଇବା ପାଇଁ ଏହି ଅଂଚଳର ଆଦିବାସୀ ବେଶ ଅଶାବାଦୀ ଥିଲେ l ଦୀର୍ଘ ଦିନ ଧରି ବିକାଶ ମୁଳକ କାର୍ଯ୍ୟକୁ ଅପେକ୍ଷାରେ ଥିଲେ l ହେଲେ ପୁଲିସ ଅଧିକାରୀ ସାରା ଶର୍ମାଙ୍କ ବଦଳି ହୋଇ ଚାଲିଗଲେ କିନ୍ତୁ ବର୍ତମାନ ସୁଧା ସେହି ଗ୍ରାମକୁ ନା ଅଛି ରାସ୍ତା ନା ଭଲ ସୁଧ ପାନୀୟ ଜଳର ବ୍ୟବସ୍ଥା l ବର୍ତ୍ତମାନ ସୁଦ୍ଧା ନା ଅଛି ସ୍କୁଲ ନା ଅଛି ମେଡିକାଲ ଯିବା ପାଇଁ କୌଣସି ପ୍ରକାର ସୁବିଧା l ସିଣ୍ଡିବୁର ଗ୍ରାମରେ ସ୍କୁଲ ନ ଥିବା ଯୋଗୁଁ ଗାଁ ପିଲାମାନେ ଅନ୍ୟ ଗ୍ରାମରେ ରହି ସ୍କୁଲରେ ପଡ଼ିବା ପାଇଁ ବାଧ୍ୟ କଉଛନ୍ତି l ଏହି ଗ୍ରାମର ସମସ୍ୟାକୁ ନେଇ ଭୁବନି ପଞ୍ଚାୟତର ସରପଞ୍ଚ ପ୍ରଦୀପ ମଣ୍ଡଳ ପାରଳା ବିଧାୟକ ଇଁ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଦରଖାସ୍ତ ମାଧ୍ୟରେ ଅଭିଯୋଗ କରିଛନ୍ତି l ଭୁବନି ପଞ୍ଚାୟତକୁ ଦୁଇ ଭାଗ କରି ସିଣ୍ଡିବୁର ଗ୍ରାମ ଓ ଅନ୍ୟ କେତେକ ଗାଁ ମାନଙ୍କର ବିକାଶ ଧାରାକୁ ଆଗକୁ ନେବା ପାଇଁ ମଧ୍ୟ ଅନୁରୋଧ ମଧ୍ୟ କରିଛନ୍ତି l