କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ସଂଖ୍ୟା ଲଘୁ କଲ୍ୟାଣ ପକ୍ଷରୁ ମାଇନରିଟି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ନିମନ୍ତେ ଆଲୋଚନା ହୋଇ ଥିଲା l କୋଟଗଡ଼ ବ୍ଳକରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶ ଓ ସ୍ୱାର୍ଥ ରକ୍ଷା ନିମନ୍ତେ କୌଣସି କାମ ହେଉ ନ ଥିବା ଅଭିଯୋଗ କରିଛନ୍ତି ସଂଖ୍ୟା ଲଘୁ କଲ୍ୟାଣ ପରିଷଦର ସଦସ୍ୟ l ଏହି ଘଟଣା ସମ୍ପର୍କରେ ସଂଖ୍ୟା ଲଘୁ କଲ୍ୟାଣ ପରିଷଦ କୋଟଗଡ ଶାଖାର ସଭାପତି ସୁରଦା ପ୍ରଧାନ, ଉପସଭାପତି ଅନିଲ ବଡ଼ମାଝି, ସମ୍ପାଦକ ସିମନ ମଲିକ, ସହସମ୍ପାଦକ ଜିରିମିୟ ସୁନାମାଝୀଙ୍କ ସମେତ ଅନ୍ୟ ସଦସ୍ୟ କୋଟଗଡ଼ ବ୍ଳକ୍ ବିଡ଼ିଓ ଓ ତସିଲଦାରଙ୍କ ସମେତ ରାଜସ୍ବ ବିଭାଗ ଅଧିନରେ ଥିବା ଅଧିକାରଙ୍କୁ ସାଖ୍ୟାତ କରି ଅଭିଯୋଗ କରି ଥିଲେ l ଏହା ସହ କୋଟଗଡ ବ୍ଲକର ସଂଖ୍ୟାଲଘୁ ସମ୍ପ୍ରଦାୟର ଜନସାଧାରଣ କିପରି ଭାବରେ ସୁରକ୍ଷିତ ହୋଇ ନିଜର ସାମ୍ବିଧାନିକ ଅଧିକାର ଉପଭୋଗ କରିବେ ସେ ନେଇ ମଧ୍ୟ ଆଲୋଚନା କରି ଥିଲେ ସଂଖ୍ୟାଲଘୁ କଲ୍ୟାଣ ପରିଷଦର ସଦସ୍ୟ l