ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ସରପଞ୍ଚଙ୍କ ବାପା ତଥା ସମାଜସେବୀ କାଳିଆ ଜେନାଙ୍କୁ ଗୁଳି ମାଡ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଶେରଗଡ଼ ଥାନା ପୁଲିସ I ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ସୁନାନ୍ତର ଗ୍ରାମର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ଗତ ୨୫ ତାରିଖ ସନ୍ଧ୍ୟା ସମୟରେ ଗୁଳିମାଡ ହୋଇଥିଲା I ଘଟଣାରେ କାଳିଆ ଜେନା ସୁରକ୍ଷିତ ଥିବା ବେଳେ ଶେରଗଡ଼ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା I ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ୪୦ ରାଉଣ୍ଡ ଜୀବନ୍ତ ଗୁଳି ୬ ଟି ବନ୍ଧୁକ ଅନ୍ୟାନ୍ୟ ବନ୍ଧୁକ ସାମଗ୍ରୀ ଗୋଟିଏ ହୋଣ୍ଡା ବାଇକ ଜବତ କରିଛି I ୬ ଅଭିଯୁକ୍ତଙ୍କ ଭିତରୁ ୩ ଜଣ ୧୦ ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ବେଳେ ଅଗ୍ରିମ ୪ ଲକ୍ଷ ମଧ୍ୟସ୍ଥି ଆଉ ଅଭିଯୁକ୍ତଙ୍କୁ ଦେଇଥିଲେ I ତେବେ ଘଟଣାରେ ୬ ଜଣ ଗିରଫ ହୋଇଥିବା ସତ୍ୱେ ମଧ୍ୟ ମାଷ୍ଟ୍ରମାଇଣ୍ଡକୁ ଧରିବାରେ ବିଫଳ ହୋଇଛି ପୁଲିସ I କେଉଁଠୁ ଏତେ ସବୁ ବନ୍ଧୁକ ଆସିଲା? କିଏ ସବୁ କାମର ମାଷ୍ଟ୍ରମାଇଣ୍ଡ? ତାକୁ ନେଇ ପୁଲିସ ତଦନ୍ତ କରୁଥିବା ଆସିକା ଏସ୍ଡିପିଓ ସନ୍ତୋଷ ଜେନା ଶେରଗଡ଼ ଥାନାରେ ଅନୁଷ୍ଠିତ ହୋଇ ଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
Next Post