ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ବିଧାୟକ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୁଖ୍ୟସ୍ଥଳ ନୂଆ ବସ୍ ଷ୍ଟାଣ୍ଡ ନିକଟ ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଥିଲେ । ୭୦ ଲକ୍ଷ୍ ଟଂକା ଅଟକଳରେ ନିର୍ମିତ ଏହି ବନ୍ଧର ନିର୍ମାଣ କାର୍ଯ୍ୟକୁ ଗୁଣାତ୍ମକ କରିବାକୁ ପରାମର୍ଶ ଦେଇଥିଲେ । ବନ୍ଧର ଚାରିପଟେ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେବାକୁ କହିଥିଲେ । ସାରା ସହରରେ ଚର୍ଚ୍ଚାରେ ଥିବା ଏହି ସଂକୁରି ବନ୍ଦର ଚାରିପାଶ୍ଵ ସ୍ଵନ୍ଦର୍ଯ୍ୟ କାରଣ କରିବା ସହ ଲାଗିରହିଥିବା ନାଳଟି ମଜଭୁତ ଭାବେ କରିବାକୁ ବିଧାୟକ କୋହିଥିଲେ l ଏହି ବନ୍ଦ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି l