ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମାରେ ଆଜି ବିଶ୍ୱ ମାନବ ଚାଳନା ବିରଧ ଦିବସ ପାଳନ କରାଯାଇଛି l ଭାରତ ବର୍ଷରେ ହେଉଥିବା ମାନବ ଓ ଶିଶୁ ଚାଳନ ବହୁତ ମାତ୍ରାରେ ହେଉଛି ଏବଂ ଛୋଟ ଶିଶୁମାନଙ୍କୁ ଦୁଷ୍କର୍ମ ହେଉ ବା ଛୋଟ ପିଲାମାନଙ୍କ କାମ କରିବା ପ୍ରତି ମୁହୂର୍ତରେ ଶିଶୁମାନଙ୍କର ଅଧିକାର ଓ ଭବିଷ୍ୟତ ନଷ୍ଟ ହେଉଥିବା ଯୋଗୁଁ ଆଜି ekta right for children ତରଫରୁ ଗୋଟିଏ ଦିନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧିକାରୀ ଅଶ୍ୱିନୀ କୁମାର ମୁଖ୍ୟଅତିଥି ଭାବେଯୋଗ ଦେଇ ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, 1098 ଚାଇଲଡ ହେଲ୍ପ ଲାଇନର ବୈଶାଳୀ ପଟନାୟକ, ସୁରଜ ଲିମା, ଟାଉନ ଥାନା ଅଧିକାରୀ ପି ସ୍ୱାଇଁ, କେ ସେଠି ଏବଂ ekta just right for children ନିର୍ଦେଶକ ପ୍ରଭାତ କୁମାର ପାଇକରାଇ ଓ ଏକ୍ତା ଷ୍ଟାପ ପ୍ରିୟାରୀ କୁଜୁର, ଅନିତା ନାଇକ, ଗୀତା ଦୋରା, ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ଟାଉନ ହଲରେ ଆୟୋଜିତ କରାଯାଇ ଥିଲା ଏବଂ ଏସ କେ ସି ଜି ଛାତ୍ର ଛାତ୍ରୀମାନେ ଉପସ୍ଥିତ ହୋଇଥିଲେ l