ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ରାୟଗଡ ଏସ.ଏସ.ଡି ବିଦ୍ୟାଳୟ ଠାରେ ଚାଲିଥିବା ଅନିୟମିତତା ବିଷୟରେ ଦୀର୍ଘ ଦିନ ଧରି ଅଭିଯୋଗ ଦେଇ ଆସୁଥିଲେ ମଧ୍ୟ କୌଣସି ସୁଧାର ନ ହେବାରୁ ସୋମବାର ଠାରୁ ୪ ଦିନ ଧରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାଞ୍ଚ ଗୋଟି ଦାବୀକୁ ନେଇ ଧାରଣରେ ବସି ଥିବା ରାୟଗଡ ପୂର୍ବତନ ସରପଞ୍ଚ ଦିପ୍ତୀପ୍ରଭାଲାଲ ଶବର ଆଜି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ । ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାଞ୍ଚ ଗୋଟି ଦାବୀକୁ ନେଇ ଧାରଣା ଦେବାର ତିନି ଦିନ ପରେ ଗଜପତି ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲାପାଳ ମଧୁମିତା ଧାରଣାରେ ବସିଥିବା ରାୟଗଡର ପୁର୍ବତନ ସରପଞ୍ଚ ଦୀପ୍ତିପ୍ରଭା ଲାଲ ଶବରଙ୍କୁ ଗତକାଲି ସନ୍ଧ୍ୟାରେ ନିଜ ଅଫିସ ଚାମ୍ୱରକୁ ଡକାଇ ପଠାଇଥିଲେ । କିନ୍ତୁ ଶ୍ରୀ ଶବର ଗତକାଲି ଧାରଣା ସ୍ଥଳରୁ ନ ଉଠି ତାଙ୍କ ସମର୍ଥକମାନେ ଜିଲ୍ଲାପାଳଙ୍କ ପାଖକୁ ଯାଇ ଥିଲେ । ଶ୍ରୀ ଶବରଙ୍କ ସମର୍ଥକମାନେ ଜିଲ୍ଲାପାଳଙ୍କ ଅଫିସ୍ ଚାମ୍ବର୍କୁ ଯାଇ ସମସ୍ତ ଦାବୀ ବିଷୟରେ କହୁଥିଲେ । ଜିଲ୍ଲାପାଳ ସମସ୍ତ ବିଷୟରେ ଶୁଣି ସେ କହିଥିଲେ କି ମୁଁ ନୂଆରେ କାର୍ଯ୍ୟରେ ଯୋଗ ଦେଇଛି ତେଣୁ ମୁଁ ଉକ୍ତ ଘଟଣା ବିଷୟରେ ଜାଣିନି ତେଣୁ ପୁଣି ଆପଣଙ୍କ ଦାବୀ ଗୁଡ଼ିକର ବିଷୟରେ ଲିଖିତ ଅଭିଯୋଗ ପତ୍ର ଦେବାକୁ କହି ଥିଲେ । ଆଜି ଶ୍ରୀ ଶବର ତାଙ୍କର ପୂର୍ବରୁ ଥିବା ଦାବୀପତ୍ରକୁ ଆଜି ଜିଲ୍ଲାପାଳଙ୍କୁ ଦେବା ପରେ ତିନି ଦିନ ଭିତରେ ଦାବୀ ଗୁଡ଼ିକର ବିଷୟରେ ତଦନ୍ତ କରି ଉଚିତ ପଦକ୍ଷେପ ନିଆ ଯିବ ବୋଲି ପ୍ରତି ଶ୍ରୁତି ଦେବା ପରେ ଧାରଣାରୁ ଉଠିଥିବା ଦେଖିବାକୁ ମିଳିଛି । ନୂତନ ଜିଲ୍ଲାପାଳଙ୍କ ପ୍ରତିଶୃତି କେତେ ଦୁର କାର୍ଯ୍ୟକାରୀ ହେଉଛି ଆଗକୁ ଦେଖିବାର ବାକି ରହିଲା ।