ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତରେ ପ୍ରସ୍ତାବିତ ବିସ୍ପୋରକ ବିସ୍ପୋଟକ କାରଖାନା ପାଇଁ ଏକ ଜନଶୁଣାଣୀ ବୁଧବାର କୁଡୁତାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା । ବିସ୍ପୋରକ କାରଖାନା ଏହି ପଞ୍ଚାୟତର ଘାଟିପଲ୍ଲୀ ଓ ଲଣ୍ଡେଇହିଲ ମୌଜାରେ କରାଗଲେ ପରିବେଶ ପ୍ରଦୂଷଣ, ଜଳାଭାବ ଓ ଜୀବନ ଜୀବିକା ପ୍ରତି ବିପଦ ଆଶଙ୍କା କରି ଅଞ୍ଚଳର ଲୋକମାନେ ଏହାକୁ ବହୁସଂଖ୍ୟାରେ ବିରୋଧ କରିଥିଲେ I ମେସର୍ସ ସିଡିଇଟି ଏକ୍ସପ୍ଲଓସିଭ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ଏହି ସ୍ଥାନରେ ଗୋଳା ବାରୁଦ କାରଖାନା କରିବା ପାଇଁ ବେସରକାରୀ ଜମି ଅଧିଗ୍ରହଣ କରିବାକୁ କମ୍ପାନୀ ପ୍ରଶାସନକୁ ଧରି ଚକ୍ରାନ୍ତ ଚଳାଇଥିବା ସାଧାରଣ ଲୋକେ ଅଭିଯୋଗ କରି କାରଖାନାକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । କାରଖାନା ପ୍ରତିଷ୍ଠା ହେଲେ ଏଠାକାର ବାୟୁ, ଜଳ, ମୃତିକା, ଜୈବ, ପରିବେଶ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ ।
ଆଗାମୀ ପିଢ଼ିଙ୍କ ଦୈନଦିନ ଜୀବନରେକୁ ପ୍ରଭାବ ପକାଇବ I ଚିହ୍ନଟ ହୋଇଥିବା ଜାଗା ପାର୍ଶ୍ୱରେ କୋଡିଏ ପଞ୍ଚାୟତର ଶତାଧିକ ଗ୍ରାମର ଲୋକେ ପ୍ରଭାବିତ ହେବେ । ଏଥିରେ ଆଇନଜୀବୀ ସୋମନାଥ ନାୟକ, ଅଭିମନ୍ୟୁ ଗୌଡ଼, ଖଦାଳ ସାହୁ, ନାରାୟଣ ନାୟକ, ପ୍ରତାପୁର ପଞ୍ଚାୟତର ଅନେକ ବ୍ୟକ୍ତି ଯୋଗ ଦେଇ କାରଖାନା ନିର୍ମାଣ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ । ଏସଆଇଟିମ ୟୁନିଟକୁ ରିପ୍ରେଜେଣ୍ଟ କରୁଥିବା ପଦ୍ମଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜନଶୁଣାଣୀରେ ଅଞ୍ଚଳ 113 ଜଣ ନିଜ ନିଜର ମତ ରଖିଛନ୍ତି । ମିଶ୍ରିତ ମତ ରହିଥିବା ବେଳେ ଅଧିକାଂଶ କମ୍ପାନୀ ବିପକ୍ଷରେ ମତ ଦେଇଛନ୍ତି । ଏହି କମ୍ପାନୀକୁ ଜମି ନ ଦିଆଯାଇ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ ପାଇଁ ଯେକୌଣସି କମ୍ପାନୀ ପାଇଁ ଜମିକୁ ଦିଆଗଲେ କୌଣସି ଆପତ୍ତି ନଥିବା କିନ୍ତୁ ବିସ୍ପୋରକ କମ୍ପାନୀ ଅଞ୍ଚଳରେ କରାଇଦେବୁନୁ ସ୍ଥାନୀୟ ଲୋକେ ମତ ଦେଇଛନ୍ତି । ଜନଶୁଣାଣୀରେ କୌଣସି ନିଷ୍କସ ବାହାରିନଥିବା ବେଳେ ଆଗାମୀ ଦିନରେ ପ୍ରଶାସନ କଣ ନିଷ୍ପତ୍ତି ନେଉଛି ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି । ଉପଜିଲାପାଳ ଉମାଶଙ୍କର ବେହେରା, ବିଭାଗୀୟ ପରିଚାଳକ ପଦ୍ମଦାସଙ୍କ ସମେତ ଜଗନ୍ନଥପ୍ରସାଦ ବ୍ଲକ ବିଡ଼ିଓ ମନ୍ମଥ ମଲ୍ଲିକ ଓ ତହସିଲଦାର ଅଶୋକ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଭଞ୍ଜନଗର ଏସ୍ଡ଼ିପିଓ ଡ଼ଃ ଦୀପକ ମିଶ୍ର, ପୁରୁଷୋତ୍ତମପୁର ଏସ୍ ଡିପିଓ ସୁଜିତ ନାୟକ ଓ ତାରାସିଂ, ବେଲଗୁଣ୍ଠା, ଗାଙ୍ଗପୁର, ବୁଗୁଡା ଥାନାର ଆଇଆଇସିଙ୍କ ସମେତ ତିନି ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା ।
Prev Post