ମହୁମାଛି ପାଳନ ନେଇ ତାଲିମ ଶିବିର ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ଏବଂ ଖଦି ଗ୍ରାମ ଉଦ୍ୟୋଗ ମିଳିତ ଆନୁକୂଲ୍ୟରେ ମହୁମାଛି ଚାଷ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ତାରସିଂ ବନ ବିଭାଗ ବିଶ୍ରାମଗାରା ଠାରେ ଅନୁଷ୍ଠିତ ହୋଇଛି । ଏହାକୁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଉଦଘାଟନ କରିଥିଲେ । ଏଥିରେ ଖଦି ଓ ଗ୍ରାମ ଉଦ୍ୟୋଗ ବୋର୍ଡର ସମ୍ପାଦକ ସଞ୍ଜୟ କୁମାର ମିଶ୍ରଙ୍କ ପୌରହିତ୍ୟରେ ଏହି ତାଲିମ ଶିବିରରେ ବନ୍ୟପ୍ରାଣୀ ଓ ମଣିଷଙ୍କ ମଧ୍ୟରେ ଅନୁକୂଳ ବାତାବରଣ ସହ ସ୍ଥାୟୀ ଜୀବିକା ନିର୍ବାହ ସୃଷ୍ଟି ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଅତିଥିମାନେ କହିଥିଲେ । ଏହା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ଏଏଚଜି, ଭିଏସ୍ଏସ୍ ସଦସ୍ୟଙ୍କ ସମେତ ବହୁ ଯୁବକ ଯୁବତୀଙ୍କୁ ମହୁମାଛ ପାଳନ ସଂର୍ପକରେ ତାଲମ ପ୍ରଦାନ କରାଯିବ । ଏଥିରେ ଜଗନ୍ନାଥପ୍ରସାଦ ବନାଞ୍ଚଳର କ୍ରିୟାଧର, ନାରାୟଣପଲ୍ଲୀ, ତାରସିଂ ବନାଞ୍ଚଳର ନରାଗାଡୁ, ନୂଆଁସାହି ଓ ସଲପତଇଲା ଗ୍ରାମର ଅଂଶ ଗ୍ରହଣକାରୀ ସାମିଲ ହୋଇଥିଲେ । ଏଥିରେ ଅତିଥି ଭାବେ ଏସିଏଫ୍ ଡ.ରଶ୍ମି ରଞ୍ଜନ ସ୍ବାଇଁ, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ସୁଜାତାରାଣୀ ପଣ୍ଡା, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା, ବନ ବିଭାଗ କର୍ମଚାରୀ ଶାନ୍ତୁନୁ କୁମାର ସାହୁ, କାହ୍ନୁ ଚରଣ ସାହୁ,ସଂଯୋଜକ ରାମଚନ୍ଦ୍ର ବାରିକ, ବନପାଳ କଳାବଦନ ଦାଶ, ରଞ୍ଜନ ବେହେରା, ନିଖିଲ ସ୍ବାଇଁ, ନାରାୟଣ ପଣ୍ଡା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।