ଜୟପୁର(ଦେବଦତ୍ତ ପାଣି): କୋରାପୁଟ ଜିଲ୍ଲା ଜୟପୁରରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ । ଦୀର୍ଘ ଦିନ ଧରି ମାନସିକ ଚାପ୍ ଦିଆ ଯାଉଥିବା ଅଭିଯୋଗ । ସମସ୍ୟା ସମାଧାନ ନ ହେବାରୁ ପ୍ରତିଷ୍ଠାନ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା । ଗତ କିଛଦିନ ଧରି ଅନୁଷ୍ଠାନରେ କାର୍ଯ୍ୟରତ ଥିବା ଶିକ୍ଷକ ପ୍ରଶିକ୍ଷକ ସ୍ଵାତୀ ସୁଚିଶ୍ମିତା ପାତ୍ର ଅନେକ ଦିନ ଧରି ଅନେକ ଛାତ୍ରଛାତ୍ରୀଙ୍କୁ ନନ ଅଫିସିଆଲରେ ବିଳମ୍ବିତ ରାତ୍ରିରେ ପିଲାଙ୍କୁ ମେସେଜ ଦ୍ଵାରା ବିଭିନ୍ନ ଟାସ୍କ ଦେବା ତା ସହିତ କୁହାଯାଇଥିବା କାମ ଯଦି ନ ହେଇଥାଏ ତାହେଲେ ପିଲାଙ୍କୁ ମାନସିକ ଚାପ୍ ଦେବା ସହ ତମ ଭବିଷ୍ୟତ ଖରାପ କରି ଦେବାକୁ ଧମକ ଦେବା ଭଳି ଅନେକ ଗାଳି ଗୁଲଜ କରିବା ଘଟଣା ଅନେକ ଦିନ ଧରି ପିଲାଙ୍କ ମନରେ ଅସନ୍ତୋଷ ଆଣି ଥିଲା କିନ୍ତୁ ଗତ ଶନିବାର ଏହି ଚାପ୍ ଦେବା ଘଟଣା ସୀମା ପାର ହେବା ପରେ ଆଜି ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନର ପ୍ରିନଷ୍ପାଲଙ୍କୁ ଜଣାଇଥିଲେ କିନ୍ତୁ କୌଣସି ସମସ୍ୟାର ସମାଧାନ ନ ହେବାରୁ ପିଲାମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଦାବି ରଖିଛନ୍ତି କି ଆଗାମୀ ଦିନରେ ଶିକ୍ଷା ଅନୁଷ୍ଠାନରେ ସେ ରହିବେ ଅଥବା ଛାତ୍ରଛାତ୍ରୀ ରହିବେ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ଶିକ୍ଷ୍ୟା ଅନୁଷ୍ଠାନ ପ୍ରିନସ୍ପାଲ କହିଛନ୍ତି କି ଗତ ଶନିବାର ଦିନ ପିଲାମାନେ ଅଭିଯୋଗ ଦେଇଥିଲେ କିନ୍ତୁ ସରକାରି କାମ ଥିବା ଯୋଗୁଁ ସେଦିନ ସେ ଉପସ୍ଥିତ ନ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ପିଲା ଓ ଶିକ୍ଷ୍ୟକ ଉଭୟଙ୍କ ସହ ଆଲୋଚନା କରିଥିଲେ ଓ ଆଜି ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ l ଆଜି ଛାତ୍ରଛାତ୍ରୀ ଉପସ୍ଥିତ ରହିଲେ କିନ୍ତୁ ଶିକ୍ଷକଙ୍କୁ ବାରମ୍ବାର କହିବା ପରେ ମଧ୍ୟ ସେ ଆପସ ଆଲୋଚନା ପାଇଁ ଆସି ନଥିଲେ l ଏମିତି କି ପ୍ରିନ୍ସପାଲ ଫୋନ୍ କରିବା ପରେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।