କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ l ଏହି ବ୍ଲକରେ ରହିଛି ଗୁଗୁରମାହା ପଂଚାୟତl ଏହି ପଂଚାୟତ ଏଗାରଟି ୱାର୍ଡ ରହିଛି l ଏଗାରଟି ୱାର୍ଡରେ ହଜାର ହଜାର ସଂଖ୍ୟାରେ ଲୋକ ବସ ବାସ କରନ୍ତି l ସୁବର୍ଣ୍ଣଗିରି ପଞ୍ଚାୟତର କିଛି ୱାର୍ଡର ଲୋକେ ସେହି ଅଂଚଳରେ ବସ ବାସ କରନ୍ତି l ସେହି ରାସ୍ତା ଦେଇ ଅନେକ ସରକାରୀ କର୍ମଚାରୀ ଯାତାୟାତ ମଧ୍ୟ କରନ୍ତି l ସେହି ଏରିଆରେ ଅନେକ ସ୍କୁଲ ଅଛି l ଗୁଗୁରମାହାରେ ସରକାରୀ ହାଇସ୍କୁଲ ଏବଂ କହମଗୁଡାରେ ସ୍କୁଲ, ତୁଆଗୁଡାର ସ୍କୁଲ ଏଭଳି ଅନେକ ସ୍କୁଲ ଅଛି l ଏହି ରାସ୍ତା ଦେଇ ଅନେକ ଶିକ୍ଷକ ନିଜ ନିଜର ସ୍କୁଲ ଯିବା ଆସିବା କରନ୍ତି l ରାସ୍ତାର ଶୋଚନିୟ ଅବସ୍ଥା ଯୋଗୁଁ ଯିବା ଆସିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ପ୍ରଧାନମନ୍ତ୍ରୀ ସଡ଼କ କାମ କରି ପାଞ୍ଚ ବର୍ଷ ମଧ୍ୟ୍ୟ ହେଇନି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନିୟ ହୋଇଛି l ସରକାର ଯଦି ରାସ୍ତାର ମରାମତି ନ କରନ୍ତି ତାହାହେଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l