ଏଆଇକେଏମଏସ ପକ୍ଷରୁ ଧରାକୋଟ ବ୍ଲକ ସମ୍ମୁଖରେ ଗଣ ବିଷୋଭ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଅଖିଳ ଭାରତ କିଷାନ ମଜଦୂର ସଭା ପକ୍ଷରୁ ଧରାକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୧୪ ଦଫା ଦାବୀ ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ସ୍ଥଳକୁ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଏବିଡିଓ ସୁଶୀଲ ପଟ୍ଟନାୟକ ଉପସ୍ଥିତ ରହି ଦାବିପତ୍ର ଗ୍ରହଣ କରିଥିଲେ । ଦାବିପତ୍ର ଗ୍ରହଣ କରିବା ପରେ ପ୍ରଶାସନ ଏଦିଗରେ ଲୋକଙ୍କ ସହ ଆଲୋଚନା କରି ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଆଦିବାସୀ ନେତା ଜକ୍ଷ ଗମାଙ୍ଗଙ୍କ ସଭାପତିତ୍ବରେ ଆୟୋଜିତ ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ସଂପାଦକ ପ୍ରତାପ ନାୟକ, ଧରାକୋଟ ବ୍ଲକ ସଭାପତି ନରସିଂହ ଗମାଙ୍ଗ, ଦଳିତ ନେତା ସଂଗ୍ରାମ ନାୟକ ପ୍ରମୁଖ ଯୋଗଦେଇ ଆଦିବାସୀ ଓ ଦଳିତମାନଙ୍କୁ ସେମାନଙ୍କ ହକ ଦେବାରେ ରାଜ୍ୟ ସରକାରଙ୍କ ଟାଳ ଟୁଳ ନୀତିର ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଭୂମିହୀନ ପରିବାର କୁ ଜମି ଅଧିକାର, ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଅଧିକାର ଓ ଗୃହହିନକୁ ବାସଗୃହ ଯୋଗାଇଦେବା ଭଳି ଚଉଦ ଦଫା ଦାବି ସମ୍ବଳିତ ପତ୍ର ଉଭୟ ତହସିଲଦାର ଓ ବିଡିଓଙ୍କୁ ପ୍ରଦାନ କରିଥିଲେ । ଦାବି ସମୂହ ମଧ୍ୟରେ

୧.ବ୍ଳକର ସମସ୍ତ ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଜମି ଓ ଘରଡ଼ିହ ପଟ୍ଟା ଦିଆଯାଉ । ବସୁନ୍ଧରା ଯୋଜନାରେ ଦୀର୍ଘ ଏକ ବର୍ଷ ଧରି ଆବେଦନ କରିଥିବା ଜାନିବିଲି ଓ ବରଡ଼ାବିଲି ଗାଁର ଦଳିତ ଗୃହହୀନ ଓ ଭୂମିହୀନ ଗରିବ ଲୋକଙ୍କୁ ତୁରନ୍ତ ଜମି ପ୍ରଦାନ କରାଯାଉ ।

୨.ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଂଚିତ ଆଦିବାସୀମାନଙ୍କୁ ତୁରନ୍ତ ପଟ୍ଟା ବଂଟନ କରାଯାଉ ।

୩.ସବୁ ଆଦିବାସୀ ଗ୍ରାମରେ ଗୋଷ୍ଟିଗତ ଓ ଗୋଷ୍ଟି ସମ୍ବଳ ପଟା ତୁରନ୍ତ ପ୍ରଦାନ କରାଯାଉ ।

୪.ପୁରୁଣା ଜଙ୍ଗଲ ଅଧିକାର କମିଟି ଥାଉ ଥାଉ ପୁଣିଥରେ ନୂତନ ଭାବରେ କମିଟି ଗଠନ କରିବା ବନ୍ଦ କରାଯାଉ ।

୫.ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ନିୟୋଜିତ ସରକାରୀ କର୍ମଚାରୀମାନେ ଆଦିବାସୀ ଗ୍ରାମଗୁଡିକୁ ଆସିବା ପୂର୍ବରୁ ଗ୍ରାମବାସୀଙ୍କୁ ଆଗୁଆ ସୂଚନା କିମ୍ବା ଚିଠି ଦେଇ ଗାଁକୁ ଆସନ୍ତୁ ।

୬.୨୦୦୭-୦୮ ମସିହାରୁ ଜଙ୍ଗଲ ଅଧିକାର ଶିରୋନାମା ବା ପଟ୍ଟା ପାଇଥିବା ଆଦିବାସୀ ଗ୍ରାମଗୁଡିକୁ ରାଜସ୍ୱ ଗ୍ରାମରେ ପରିଣତ କରି ରାଜସ୍ଵ ପଟ୍ଟା ପ୍ରଦାନ କରାଯାଉ ।

csp

୮. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧୁକାରୀଙ୍କୁ ଯଥାଶୀଘ୍ର ବାସଗୃହ ଯୋଗଇ ଦିଆଯାଉ ।

୯. ସମସ୍ତ ଚାଷୀ ଓ ଭାଗଚଷୀଙ୍କୁ ତୁରନ୍ତ ବୀମାକାର୍ଡ ଯୋଗାଇ ଦିଆଯାଉ ।

୧୦. ସମସ୍ତ ଚାଷୀଙ୍କୁ ମାଗଣାରେ ବିହନ, ସାର ଏବଂ କୃଷିଋଣ ପ୍ରଦାନ କରାଯାଉ ।

୧୧. ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ସାମିଲ କରି ରାସନ କାର୍ଡ଼ ପ୍ରଦାନ କରାଯାଉ l

୧୨. ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ପାଇବାରୁ ବଂଚିତ ସମସ୍ତ ଯୋଗ୍ୟ ହିତାଧୁକାରୀଙ୍କୁ ମାସିକ ୩,୫୦୦ ଟଙ୍କା ଭତା ବାବଦରେ ପ୍ରଦାନ କରାଯାଉ ।

୧୩. ରାସ୍ତାଘାଟ ଏବଂ ପାନୀୟ ଜଳ ପାଇବାରୁ ବଚିତ ସମସ୍ତ ଗ୍ରାମକୁ ରାସ୍ତା ଓ ପିଇବା ପାଣି ଯୋଗାଇ ଦିଆଯାଉ ।

୧୪. ବର୍ଷ ବର୍ଷ ଧରି ଆଦିବାସୀ ଲୋକମାନେ ଚାଷକରି ଆସୁଥ‌ିବା ଝାଡବନ୍ଧ ପଂଚାୟତ ଅନ୍ତର୍ଗତ ଚେମିଡ଼ି ହିଲସ୍ ଗ୍ରାମର ଶତାଧିକ ଏକର ସରକାରୀ ଜମିକୁ ଆସିକାର ଜଗବନ୍ଧୁ ପାଢ଼ୀ ବେଆଇନ ଭାବେ ହଡ଼ପ କରିବା ଘଟଣାର ତଦନ୍ତ କରାଯାଇ ସେସବୁ ଜମିକୁ ଆଦିବାସୀଙ୍କମଧ୍ୟରେ ବଂଟନ କରାଯାଉ । ଆଜି ଧରାକୋଟ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶହ ଶହ ଗରିବ ଆଦିବାସୀ ଓ ଦଳିତ ଲୋକ ଏକ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଏହି ଗଣ ବିକ୍ଷୋଭରେ ଏକତ୍ରିତ ହୋଇଥିଲେ ।