ଘୁ.ଉଦୟଗିରିରେ ଜଣକୁ ଖଣ୍ଡ ଖଣ୍ଡ କଲା ଦନ୍ତା ହାତୀ, ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନର ଚେତାବନୀ ଦେଲେ ଅଞ୍ଚଳ ବାସୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଶନିବାର ସନ୍ଧ୍ଯା ସମୟରେ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତାଶରୀରକୁ ଖଣ୍ଡ ଖଣ୍ଡ କରି ମାରିଥିବା ଦେଖିବାକୁ ମିଳିଛି । ଘୁ.ଉଦୟଗିରି ଠାରୁ ମାତ୍ର ୨ କିଲୋମିଟର ଦୂର ପାଜିମାହା ଗ୍ରାମ ନିକଟରେ ଶନିବାର ସନ୍ଧ୍ଯାରେ ଦନ୍ତାହାତୀ ଆକ୍ରମଣରେ ମାଲାଂସୁଗା ଗ୍ରାମର ସାମନ୍ତ ଦିଗାଲ ନାମକ ବ୍ୟକ୍ତି ବୟସ ପ୍ରାୟ ୫୫ରୁ ଉର୍ଦ୍ଧ ହେବ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୃତ ସାମନ୍ତ ଦିଗାଳ ଗ୍ରାମର ଅନ୍ୟ ଦୁଇ ଗ୍ରାମବାସୀ ଦଣ୍ଡପାଣି ପ୍ରଧାନ ଓ ସଂଜୀବନ ପ୍ରଧାନଙ୍କ ସହ ପଦାସାହି ମୂଲ କାମ କରି ସନ୍ଧ୍ୟା ଘ 5.30ମିରେ ନିଜ ଗ୍ରାମ ମାଲାଙ୍ଗସୁଗାକୁ ଫେରୁ ଥିଲେ l ଏତିକି ବେଳେ ପାଜୀ ମାହାଠାରେ ଦନ୍ତା ହାବୁଡ଼ରେ ପଡ଼ି ଥିଲେ l ଦନ୍ତା ଆକ୍ରମଣ କରିବା ବେଳେ ଦଣ୍ଡପାଣି ଓ ସଂଜୀବନ ଦୌଡ଼ିବାରେ ସଫଳ ହୋଇ ଥିବା ବେଳେ ସାମନ୍ତ ଦିଗାଳ ଏକ ତାରବାଡ଼ ଲାଗି ଯାଇ ଥିଲେ l ଦୁଇ ଯୁବକ ବିଲ ମାଳରେ ପୁକୁଳିଙ୍ଗିଆ ଦୌଡ଼ି ଥିଲେ l ଏତିକି ବେଳେ ଦନ୍ତା ସାମନ୍ତ ଦିଗାଳଙ୍କୁ ଧରି ଖଣ୍ଡ ଖଣ୍ଡ କରି ଥିଲା l ଘଟଣା ସ୍ଥଳରେ ସାମନ୍ତ ଦିଗାଳଙ୍କ ମୃତ୍ୟୁ ଘଟି ଥିଲା l ସଂଗେ ସଂଗେ ଦୁଇ ଯୁବକ ସାମନ୍ତ ଦିଗାଳଙ୍କ ପରିବାର, ଗ୍ରାମ ବାସୀ ଓ ବନବିଭାଗକୁ ଜଣାଇ ଥିଲେ l ଦନ୍ତା ହାତୀ ସାମନ୍ତ ଦିଗାଳଙ୍କ ଶରରିରେକୁ ଖଣ୍ଡ ଖଣ୍ଡ କରିଥିଲା l ଯାହାକି ଛାତି, ଦୁଇଟି ଗଡ଼, ହାତ, ଖଣ୍ଡ ଖଣ୍ଡ କରି ଥିଲା l ଶନିବାର ଦିନ ରବିବାର ସକାଳୁ ଘୁ.ଉଦୟଗିରି ବନ ଅଧିକାରୀ ପ୍ରଶାନ୍ତ ସାହୁ, କଳିଙ୍ଗା ବନଅଧିକାରୀ ରସ୍ମିତା ବକ୍ସି ଓ ଅନ୍ୟମାନେ ତଥା ସ୍ଥାନୀୟ ପୁଲିସ ଏସଡିପିଓ ବିଜୟ କୁମାର ବିଶି, ଆଇଆଇସି ବିଜୟ କୁମାର ସ୍ଵାଇଁ, ଏସଆଇ ରୂପକ ଦଲେଇ, ରଞ୍ଜିତା ବେହେରା, ଏଏସଆଇ ରବିନ୍ଦ୍ର ସେଠୀ, ବୁଲୁ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଡିଏଫଓଙ୍କ ସହ ଆଲୋଚନା କରି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ । ଏଣେ ତେଣେ ପଡ଼ିଥିବା ଖଣ୍ଡ ବିଖଣ୍ଡିତ ଶବ ଜବତ କରି ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେବ ଘୁ.ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରଵ ବଢ଼ିବାରେ ଲାଗିବା ସହ ସ୍ଥାନୀୟ ଲୋକ ଓ ହାତୀଙ୍କ ମଧ୍ୟ ଏକ ପ୍ରକାର ଲଢ଼େଇ ଲାଗିରହିଛି l ହେଲେ କର୍ମଚାରୀ ଅଭାବରୁ ହାତୀ ଘଉଡ଼ାଇବାରେ ବିଫଳ ହୋଇଛି ବନବିଭାଗ l ତେଣୁ ପର୍ଯ୍ୟାପ୍ତ ପରିମାଳରେ କର୍ମଚାରୀ ନିଯୁକ୍ତି କରି ସ୍ଥାୟୀ ସମାଧାନ ନିମନ୍ତେ ହାତୀଙ୍କୁ ଘଉଡ଼ାଇବା ପାଇଁ ଦାବୀ କରିଛନ୍ତି ଅଞ୍ଚଳ ବାସୀ l ଅନ୍ୟାପକ୍ଷରେ ଘଟଣା ସ୍ଥାଳରେ ସ୍ଥାନୀୟ ସରପଞ୍ଚ ବକ୍ସି ମଲିକ ପହଞ୍ଚି ମୃତକଙ୍କ ପରିବାରଜୁ କ୍ଷତି ପୁରଣ ଦାବୀ କରିବା ସହ ହାତୀ ସମସ୍ୟାର ସ୍ଥାୟୀ ସମାଧନ ନ ହେଲେ ଆନ୍ଦୋଳନର ଚିତାବନୀ ଦେଇଛନ୍ତି l

csp