ହିଞ୍ଜିଳିକାଟ(ସଂସ୍କାର ପଟ୍ଟନାୟକ): ଶେରଗଡ ଥାନା ସୁନାନ୍ତର ଗ୍ରାମରେ ଆଜି ବୋମାମାଡ ସହିତ ଗୁଳି ମାଡ ହୋଈଥିବା ଜଣାପଡିଛି। ଆଜି ସନ୍ଧ୍ୟା ପ୍ରାୟ ସାଢେ 7ଟା ସମୟରେ ନିରଞ୍ଜନ ଜେନା (କାଳିଆ) ନିଜ ଘର ସମ୍ମୁଖରେ ଥିବା ପୋଖରୀ କୂଳରେ ବସି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଶେରଗଡ ପଟୁ 3 ଟି ବାଈକରେ 9 ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନଙ୍କୁ ଲକ୍ଷ୍ୟ କରି 5 ରୁ 6ଟି ବୋମାମାଡ କରିଥିଲେ । ବୋମାମାଡ ଦେଖି ନିରଞ୍ଜନ ଦୌଡିବା ଫଳରେ ପଛରୁ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ନିରଞ୍ଜନ ଆହତ ହୋଇଥିବା ଜଣାପଡିଛି । ବୋମାମାଡ ଓ ଗୁଳିମାଡ଼ ଶବ୍ଦ ଶୁଣି ନିରଞ୍ଜନଙ୍କ ପୁତୁରା ମନୁ ଆସି ଦୁର୍ବୃତ୍ତଙ୍କୁ ପିଛା କରୁଥିବା ବେଳେ ଦୁର୍ବୃତ୍ତମାନେ ମନୁଙ୍କୁ ଲକ୍ଷ୍ୟ କରି ବୋମାମାଡ କରିବା ଫଳରେ ମନୁ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ବୋମାମାଡ ଓ ଗୁଳିମାଡ ପରେ ଦୁର୍ବୃତ୍ତମାନେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଈଯାଇଥିବା ବେଳେ ନିରଞ୍ଜନଙ୍କୁ ଗ୍ରାମବାସୀ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲକୁ ନେଇଥିବା ଜଣାପଡିଛି । କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣା ସ୍ଥଳରେ ଗଞ୍ଜାମ ଏସପି ଶୂଭେନ୍ଦୁ କୁମାର ପାତ୍ର, ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା, ହିଞ୍ଜିଳି ଥାନାଧିକାରୀ ଶ୍ରୀନିବାସ ସେଠିଙ୍କ ସହିତ ଶେରଗଡ ଥାନାର ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ, ସମୀର କୁମାର ସୁନାଙ୍କ ସହିତ ପୁଲିସ ଉପସ୍ଥିତ ରହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଗୁଳିମାଡର କାରଣ ଜଣାପଡ଼ିନାହିଁ । କାଳିଅ ନାମରେ ରହିଛି ବହୁ ଅପରାଧିକ ମାମଲା ରହି ଥିବା ପୁଲିସ କହିଛି l
