ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଖୁବ ଶୀଘ୍ର ଫେରାର ଅଭିଯୁକ୍ତକୁ ବାନ୍ଧିବ କୋଟଗଡ ପୁଲିସ..

କୋଟଗଡ(ଦିପେନ୍ଦ୍ର ନାୟକ): ରାଜ୍ୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ତୁମ୍ବି ତୋଫାନ ଚାଲିଥିଲା ବେଳେ କୋଟଗଡ ଥାନା ଅନ୍ତର୍ଗତ  ଶ୍ରୀରାମପୁରରେ ନାବାଳିକାକୁ ଘରକୁ ଡାକିନେଇ ଲୁପ୍ତ ନାୟକ ନାମକ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି l ଲିଖିତ ଅଭିଯୋଗ ଅନୁସାରେ ଗତ ଜୁଲାଇ ୭. ତାରିଖରେ ଜନୈକ ନାବାଳିକାକୁ ଘରକୁ ଡାକିନେଇ ଲୁପ୍ତ ନାୟକ ଦୁଷ୍କର୍ମ କରିଥିଲା ଏବଂ ପରବର୍ତୀ ସମୟରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ହେଁ ଅଭିଯୁକ୍ତ ବିଫଳ ହୋଇଥିଲେ l ତାପରେ ଜୁଲାଇ ୨୦ତାରିଖରେ ପୀଡିତା ଓ ପରିବାର ଲୋକଙ୍କ ପକ୍ଷରୁ କୋଟଗଡ ଥାନାରେ  ଲିଖିତ ଅଭିଯୋଗ ଦାଖଲ କରିଥିଲେ l ଅଭିଯୋଗକୁ ଭିତ୍ତି କରି ତଦନ୍ତକାରି ଅଫିସର ଏସଆଇ ଜିତେନ୍ଦ୍ର କୁମାର ବେହେରା ଥାନା କେସ ନଂ ୧୦୧/୨୦୨୫ରେ ମାମଲା ରୁଜୁ କରିବା ସହ ଧାରା ୟୁ/ଏସ ୬୪/୧,୩୫୧(୩)/BNS R/W Sec-୬  ପୋକ୍ସ ଆଇନ ଅନୁଯାଇ ତଦନ୍ତ ଆରମ୍ଭ କରିବା ସହ ପୀଡିତାଙ୍କ ବୟାନ ରେକର୍ଡ ଏବଂ ଅନୁସଙ୍ଗିକ ପ୍ରକ୍ରିୟାକରଣ କରିଥିବା ଜଣାପଡିଛି l ଅନ୍ୟପଟେ ଅଭିଯୁକ୍ତ ଲୁପ୍ତ ନାୟକ ଫେରାର ହୋଇଯାଇଥିବା ଜଣାପଡିଛି l ଅଭିଯୁକ୍ତକୁ ଖୁବଶୀଘ୍ର  ଧରିବାକୁ ପୁଲିସର ଛାନଭିନ୍ ଜାରୀରହିଥିବା କହିଛନ୍ତି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର l