ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମରେ ଋଷିକୁଲ୍ୟା ନଦୀରେ ବୁଡି ଜଣେ ମହିଳାଙ୍କ ମୃତ ହୋଇଛି । ମହିଳା ଜଣକ ହେଲେ ସେହି ଗ୍ରାମର ଗୁଲି ଦଳାଇ (୫୦) ଜଣାପଡିଛି । ମୃତ ମହିଳା ଜଣକ ଗତକାଲି ଋଷିକୁଲ୍ୟା ନଦୀକୁ ଗାଧୋଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଗାଁ ଲୋକ ବହୁ ଖୋଜା ଖୋଜି ପରେ ଆଜି ଋଷିକୁଲ୍ୟା ନଦୀରେ ଭାସୁଥିବା ଅବସ୍ଥାରେ ଦେଖି ହିଞ୍ଜିଳିକାଟୁ ଅଗ୍ନିଶମ ବହାନୀକୁ ଖବର ଦେଇଥିଲେ ଅଗ୍ନିଶମ ବାହାନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିବାବେଳେ ହିଞ୍ଜିଳି ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।